Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୪୦ ହଜାର ଟଙ୍କାର ଡିଲ , ସୁପାରି ଦେଇ ପ୍ରେମିକକୁ ମାରିଦେଲା ପ୍ରେମିକା

Odisha

୪୦ ହଜାର ଟଙ୍କାର ଡିଲ , ସୁପାରି ଦେଇ ପ୍ରେମିକକୁ ମାରିଦେଲା ପ୍ରେମିକା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
୪୦ ହଜାର ଟଙ୍କାର ଡିଲ , ସୁପାରି ଦେଇ ପ୍ରେମିକକୁ ମାରିଦେଲା ପ୍ରେମିକା

ସୁବର୍ଣ୍ଣପୁର : ପାପ ହେଲା ପ୍ରେମ, ସୂପାରି ଦେଇ ପ୍ରେମିକକୁ ମାରିଦେଲା ପ୍ରେମିକା । ଗତ ଜାନୁଆରୀ ୨୬ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସାଲେଇପଦର ଗାଁରେ ହୋଇଥିବା ଡମ୍ବରୁ ଅଧିକାରୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ଦୁଇ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା । ମୁଖ୍ୟ ଅଭିଯୁକ୍ତ ହେଲେ ଦେବଗଡ଼ ଜିଲ୍ଲାର ଝିଲି ମହାପାତ୍ର । ଅନ୍ୟ ସହଯୋଗୀ ଦୁଇ ଜଣ ହେଲେ ବାଗବର ଗାଁ ର ରିତ ନାଏକ ଓ ବଡଖମାର ଗାଁ ରାଜୀବ କୁମ୍ଭାର । ପୋଲିସର ସୂଚନା ଅନୁଯାୟୀ ଝିଲି ମହାପାତ୍ର ଓ ଡମ୍ବରୁ ମଧ୍ୟରେ ୫ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା । କିନ୍ତୁ ଡମ୍ବରୁ ଏବେ ରାଉରକେଲାର ଜଣେ ଝିଅକୁ ଭଲ ପାଉଥିବା ଜାଣି ପାରିଥିଲା ଝିଲି ।

ଅଧିକ ପଢନ୍ତୁ : ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା ଜଘନ୍ୟ ସ୍ୱାମୀ

ଫଳରେ ଡମ୍ବରୁକୁ ଜୀବନରୁ ମାରିଦେବାକୁ ପ୍ଲାନ କରି ଦୁଇ ଜଣଙ୍କୁ ସୁପାରି ଦେଇଥିଲେ । ୪୦ ହଜାର ଟଙ୍କାର ହୋଇଥିଲା ଡ଼ିଲ। ଫୋନ ପେ ମାଧ୍ୟମରେ ୧୦ ହଜାର ଟଙ୍କା ବଇନା ଦେଇଥିଲା ପ୍ରେମିକା ଝିଲି । ପୂର୍ବ ଯୋଜନା ମୁତାବକ ଡମ୍ବରୁଙ୍କୁ ପାର୍ଟି କରିବା ବାହାନାରେ ଡାକି ରିତ ଓ ରାଜୀବ ହତ୍ୟା କରିଥିବା ସ୍ପଷ୍ଟ କରିଛି ପୋଲିସ। ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, ସ୍କୁଟି ଓ ଏକ ଭଙ୍ଗା ସିମ ଜବତ କରିଛି । ଆଜି ଏହି ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
40 thousand rupees deal, girlfriend killed her boyfriend | Argus News