Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

404 ଗ୍ରାମ ବ୍ରାଉନସୁଗାର ଜବତ,   ୩ ଗିରଫ  

Manini Pattanayak
Browse all articles by Manini Pattanayak
·1 year ago·1 min read
404 ଗ୍ରାମ ବ୍ରାଉନସୁଗାର ଜବତ,   ୩ ଗିରଫ  

ପୁରୀ:  ପୁରୀ ବାସେଳୀ ସାହି ଥାନା ଅଞ୍ଚଳରୁ 404 ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୁରୀ ପୋଲିସ l ଶ୍ରୀ ସେତୁ ନିକଟରେ ବ୍ରାଉନସୁଗାର ବିକ୍ରି କରାଯାଉଥିବା ଖବର ପାଇ ବାସେଳୀ ସାହି ଥାନା ପୋଲିସ ଚଢ଼ାଉ କରି 3ଜଣ କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ଙ୍କ ମଧ୍ୟରେ ଦୁଇ ମହିଳା ଏବଂ  ଜଣେ ପୁରୁଷ ରହିଛନ୍ତି l ଗିରଫ ଅଭିଯୁକ୍ତ ଙ୍କ ଠାରୁ 404ଗ୍ରାମ ବ୍ରାଉନ ସୁଗାର, 5ଟି ମୋବାଇଲ, ଗୋଟିଏ ବୁଲେଟ, ଗୋଟିଏ ଲାପଟପ ଏବଂ ଗୋଟିଏ ଟାବଲେଟ ଜବତ କରିଛି ପୁରୀ ପୋଲିସ l

ଅଭିଯୁକ୍ତ ମାନେ ହେଲେ ପୁରୀ ର ରାଜେଶ ପଣ୍ଡା, ଝରଣା ପଣ୍ଡା ଓରଫ ଗୀତ ବେହେରା ଏବଂ ଦୁର୍ଗା ପଣ୍ଡା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସ l ପୁରୀ ରେ ଅପରାଧ ଏବଂ ନିଶା କାରବାର ଉପରେ କଡା ନଜର ରଖିଛି ପୁରୀ ପୋଲିସ l  

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
404 grams of brown tobacco seized, 3 arrested | Argus News