୪୬ କେଜି ଗଞ୍ଜେଇ ଜବତ, ୩ ଗିରଫ
·1 year ago·1 min read

ବଲାଙ୍ଗୀର: ୪୬ କେଜି ଗଞ୍ଜେଇ ଜବତ। ତୁଷୁରା ଅବକାରୀ ବିଭାଗ ଏବଂ ପୁଲିସ ସ୍ବତନ୍ତ୍ର ଭାବେ ଚଢ଼ାଉ କରି ସମୁଦାୟ ୪୬କେଜି ଗଞ୍ଜେଇ ଜବତ କରିବା ସହ ତିନିଜଣ ଅଭିଯୁକ୍ତକୁ ଗିରଫ କରିଛି। ତୁଷୁରା ଅବକାରୀ ବିଭାଗ ଗୁଡଭେଲା ବ୍ଳକ ଦୁଲିକନା ରାସ୍ତାରେ ପାଟ୍ରାଲିଂ କରୁଥିବା ବେଳେ ତୁଷୁରା ଏନଏସି ଅନ୍ତଗତ ବୁରୋମାଲ ଗ୍ରାମର ଶୁଭେନ୍ଦୁ ପାଣିଗ୍ରାହୀ ଏକ ବାଇକରେ ଦୁଇଟି ବ୍ୟାଗ ଧରି ଆସୁଥିଲା। ଏହି ସମୟରେ ଦୁଲିକନା ୟୁପି ସ୍କୁଲ ପାଖରେ ପୋଲିସ ଗଞ୍ଜେଇ ଜବତ କରିଥିଲା।
ସେହିପରି ତୁଷୁରା ପୁଲିସ ଧାନଘରା ରାସ୍ତାରେ ଗାଡିମଟର କରୁଥିଲା। ଏହି ସମୟରେ ମୟରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଦୁଲୁଗୁନି ଗାଁର ଭୁମେଶ ମାଝି ଓ ମାଧବ ମାଝିଙ୍କ ବାଇକ ଡିକି ଓ ବ୍ୟାଗରୁ ବ୍ୟାଗରୁ ୬କେଜି ଗଞ୍ଜେଇ ଜବତ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗ ଗରେ ଉଭୟଙ୍କୁ କୋର୍ଟଚାଲାଣ କରିଥୁବା ତୁଷୁରା ଥାନାଧିକାରୀ ଶଶୀଭୂଷଣ ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: