Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସଙ୍କୀର୍ତ୍ତନ ଭୋଜି ଖାଇ ଝାଡ଼ାବାନ୍ତିରେ ୪୬ ଜଣ ଆକ୍ରାନ୍ତ, ଚାଲିଛି ତନାଘନା

Odisha

ସଙ୍କୀର୍ତ୍ତନ ଭୋଜି ଖାଇ ଝାଡ଼ାବାନ୍ତିରେ ୪୬ ଜଣ ଆକ୍ରାନ୍ତ, ଚାଲିଛି ତନାଘନା

Banajyotshna Ray
Browse all articles by Banajyotshna Ray
·1 year ago
ସଙ୍କୀର୍ତ୍ତନ ଭୋଜି ଖାଇ ଝାଡ଼ାବାନ୍ତିରେ ୪୬ ଜଣ ଆକ୍ରାନ୍ତ, ଚାଲିଛି ତନାଘନା

ସଙ୍କୀର୍ତ୍ତନ ଭୋଜି ଖାଇ ଝାଡ଼ାବାନ୍ତିରେ ୪୬ ଜଣ ଆକ୍ରାନ୍ତ । ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ କାଶୀପାଳ ଗାଁରେ ଝାଡ଼ାବାନ୍ତି ଆତଙ୍କ । ୧୩ ଜଣ ମେଡିକାଲରେ ଭର୍ତ୍ତି । ତେବେ ଗୁରୁବାର ସଂଧ୍ୟାରେ ସଙ୍କୀର୍ତ୍ତନ ପରେ ଭୋଜି ଖାଇଥିଲେ ଗ୍ରାମବାସୀ । ଗତକାଲି ୧୨ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆଜି ସକାଳୁ ଆଉ ଜଣେ ଗୁରୁତର ହୋଇ ଶିର୍ଶା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଗାଁରେ ଡ଼ାକ୍ତରୀ ଟିମ୍ ପହଁଞ୍ଚି ଚିକିତ୍ସା ଆରମ୍ଭ କରିଥିବା ବେଳେ ଆଜି ଘଟଣାସ୍ଥଳକୁ ଯିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ଵତନ୍ତ୍ର ଟିମ୍ । ଏତେ ଲୋକ ଆକ୍ରାନ୍ତ ହୋଇଥିବାବେଳେ ତଦନ୍ତ ଜୋରସୋରରେ ଚାଲିଛି। ଭୋଜି ଖାଇବାରେ କିଛି ମିଶିଯାଇଥିଲା ବୋଲି ଅଭିଯୋଗ ହେଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
46-people-suffer-from-diarrhea-after-eating-at-sankirtan-festival-investigation-continues | Argus News