Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୪୮ କେଜି ଗଞ୍ଜେଇ ଜବତ, ଦୁଇ ଯୁବକ ଗିରଫ 

Manini Pattanayak
Browse all articles by Manini Pattanayak
·2 years ago·1 min read
୪୮ କେଜି ଗଞ୍ଜେଇ ଜବତ, ଦୁଇ ଯୁବକ ଗିରଫ 

ସୁବର୍ଣ୍ଣପୁର: ୪୮ କେଜି ଗଞ୍ଜେଇ  ଜବତ । ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ ଆଜି ସକାଳୁ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିନିକା ବ୍ଲକ ସଂସାମୁରା ଛକ ନିକାଟରୁ ଏକ ଗଞ୍ଜେଇ ଗାଡି ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅବକାରୀ ବିଭାଗର ମୋବାଇଲ ୟୁନିଟ ସଂନ୍ଦେହରେ ଏକ ମାରୁତି ସୁଜୁକି କାରକୁ ଅଟକାଇଥିଲେ କିନ୍ତୁ କାରଟି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପିଛା କରି ଧରିବାକୁ ସଫଳ ହୋଇଥିଲା ।

କାରକୁ ଖୋଲିବା ପରେ ସେଥିରେ ଗଞେଇ ଥିବା ଦେଖିବାକୁ ପାଇଥିଲା ଅବକାରୀ ବିଭାଗ । କାରରୁ ତିନୋଟି ବସ୍ତାରେ ପାଖାପାଖି ୪୮ କେଜି ଗଞ୍ଜେଇ ବାହାରିଥିଲା । ଏକ ମୋବାଇଲ ଫୋନ ଜବତ କରିବା ସହ କାରରେ ଥିବା ଦୁଇ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ହେଲେ ସମ୍ବଳପୁର ଜିଲ୍ଲାର ଦୁସ୍ମନ୍ତ ଗୁରୁ ଓ ସଦାଶିବ ଭୋଇ । ଅଜି ସେମାନଙ୍କୁ କୋର୍ଟ ଚାଳାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
48 kg of cannabis seized, two youths arrested | Argus News