Videos
|
Odisha

ବଜ୍ରପାତରେ ୫ ଗୋରୁ ଜୀବନ୍ତ ଦଗ୍ଧ

Ritu Das
Browse all articles by Ritu Das
·2 years ago·1 min read
ବଜ୍ରପାତରେ ୫ ଗୋରୁ ଜୀବନ୍ତ ଦଗ୍ଧ

ଅର୍ଗସ ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ହୋଇଥିବା କାଳ ବୈଶାଖୀ ବର୍ଷା ସାଙ୍ଗକୁ ବଜ୍ରପାତରେ ୫ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଞ୍ଚାୟତ ଖାଦାଳସାହି ଗ୍ରାମରେ। 

ସୂଚନା ଯୋଗ୍ୟ, ଖାଦାଳସାହି ଗ୍ରାମର ଗୋବିନ୍ଦ ମଲିକ ଓ ଗୁରୁଚରଣ ମଲିକଙ୍କ ପରିବାର ଗତକାଲି ରାତିରେ ଗୋରୁ ମାନଙ୍କୁ ଖାଇବାକୁ ଦେଇ ଗୁହାଳେ ବାନ୍ଧି ନିଜେ ଖାଇପିଇ ଶୋଇ ଯାଇଥିଲେ। ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ହାଠାତ କାଳବୈଶାଖୀ ସାଙ୍ଗକୁ ବଜ୍ରପାତ ହୋଇ ଗୋବିନ୍ଦ ମଲିକଙ୍କ ଗୋରୁ ବନ୍ଧାଯାଇଥିବା ଗୁହାଳେ ପଡିଥିଲା। ଗୋବିନ୍ଦ ଓ ଗୁରୁଚରଣଙ୍କ ପରିବାର ହାଠାତ ବଜ୍ରପାତ ଶବ୍ଦ ଶୁଣି ବାହାରକୁ ଆସି ଦେଖିଲା ବେଳକୁ ଗୁହାଳ ଘର ହୁତୁହୁତୁ ହୋଇ ଜଳୁଥିବାରୁ ଗୋରୁମାନଙ୍କୁ ବାହାର କରିବା ସମ୍ଭବ ହୋଇ ନ ଥିଲେ ମଧ୍ୟ ଗୋରୁମାନଙ୍କୁ ଉଦ୍ଧାର କରିବାକୁ ଯାଇ ଗୋବିନ୍ଦ ନିଜେ ନିଆଁରେ ପୋଡ଼ିହୋଇ ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ  ଅଛନ୍ତି। 

ଗୋଟିଏ ବାଛୁରୀ ବାହାରକୁ ବାହାରି ଯାଇଥିବା ବେଳେ ବନ୍ଧା ଯାଇଥିବା  ୩ଟି ଜର୍ସିଗାଈ ଓ ୨ଟି ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗୁରୁଚରଣ ମଲ୍ଲିକ ଭିନ୍ନକ୍ଷମ ଥାଇ ଏହି ଗୋରୁମାନଙ୍କୁ ପାଳନ କରି ନିଜ ପରିବାର ପ୍ରତିପୋଷଣ କରନ୍ତି। ତେବେ ଏଭଳି ଅଭାବନୀୟ ଘଟଣା ପାଇଁ ସ୍ଥାନୀୟ ସରପଞ୍ଚ, ନରେଶ ମଲ୍ଲିକ,ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ଓ ବିଧାୟକ ଧ୍ରୂବ ସାହୁ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ଆଶ୍ୱାସନା ଦେବା ସହିତ ଜିଲ୍ଲା ପ୍ରଶାସନ ଓ ସରକାରୀସ୍ତରରୁ ସହାୟତା ଯୋଗାଇ ଦେବାକୁ ଦାବିକରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
5 cattle were | Argus News