ଡୁମାଲି ପାହାଡ଼ରେ ଦେଖାଗଲା ୫ କଲରାପତରିଆ ବାଘଛୁଆ
·1 year ago

ଅର୍ଗସ ବ୍ୟୁରୋ: ଓଡିଶା ଛତିଶଗଡ଼ ସୀମାନ୍ତ ଜିଲ୍ଲା କାଙ୍କେର ଜିଲ୍ଲା ସଦର ମହକୁମା ଠାରୁ 5 କି ମି ଦୂର ଡୁମାଲି ପାହାଡରେ ୫ଟି କଲରାପତରିଆ ବାଘ ଛୁଆ ବସିଥିବାର ଦେଖାଯାଇଥିଲା। ସେହି ବାଟ ଦେଇ ଯାଉଥିବା ଲୋକମାନଙ୍କ ମଧ୍ୟରୁ କେହି ଏହାର ଚିତ୍ର ଉତ୍ତୋଳନ କରିଥିଲେ।
ଡୁମାଲି ପାହାଡରେ ପୁଣି କଲରାପତରିଆ ବାଘ ଦେଖିବା କାରଣରୁ ଆତଙ୍କ ଖେଳିଯାଇଛି। ପୂର୍ବ ଦିନରେ କାଙ୍କେର ସିହାବା ଅଞ୍ଚଳରେ ଦୁଇ ଦୁଇ ଥର ବାଘ ଆକ୍ରମଣରେ ଶିଶୁ ମୃତ୍ୟୁ ଘଟିଛି। ବର୍ତ୍ତମାନ ବାଘର ଗତିବିଧି ଉପରେ ନଜର ରଖିବା ଓଡ଼ିଶା ଓ ଛତିଶଗଡ଼ ବନବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: