ଓଲଟିଲା ପିକ୍ ଅପ୍ ଭ୍ୟାନ୍, ୫ ଶ୍ରମିକ ମୃତ
·2 years ago

ଅର୍ଗସ ବ୍ୟୁରୋ: ଓଲଟିଲା ପିକ୍ ଅପ୍ ଭ୍ୟାନ୍। 5 ଜଣ ଶ୍ରମିକ ମୃତ। 20 ଜଣ ଗୁରୁତର। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ମିଚାଗାଁରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୬୦ରୁ ଅଧିକ ମହିଳା ଓ ପୁରୁଷ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ପିକ୍ ଅପ୍ ଭ୍ୟାନ୍ ଡୋକରିପଡ଼ା ଛକ ନିକଟରେ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 20 ଜଣ ଗୁରୁତର ଅଛନ୍ତି। ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ଜୁନାଗଡ଼, ଭବାନୀପାଟଣା, ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରୁ ପ୍ରାୟ 7 ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ଗୋଲାମୁଣ୍ଡା ବ୍ଲକ୍ ବୋରଗୁଡ଼ା ଗାଁକୁ ଚାଷ କାମ କରିବାକୁ ଯାଇଥିଲେ ଏହି ଶ୍ରମିକ। କାମ ସାରି ସଂଧ୍ୟାରେ ପିକଅପ ଭ୍ୟାନରେ ଫେରୁଥିଲେ। ଏହି ସମୟରେ ହୋଇଥିଲା ଦୁର୍ଘଟଣା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
