Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ସରକାର ଉପରେ ବର୍ଷିଲେ ବିଜେପିର ୫ ହେଭିୱେଟ ନେତା

Manini Pattanayak
Browse all articles by Manini Pattanayak
·2 years ago·2 min read
ବିଜେଡି ସରକାର ଉପରେ ବର୍ଷିଲେ ବିଜେପିର ୫ ହେଭିୱେଟ ନେତା

ଭୁବନେଶ୍ୱର:  ବିଜେଡି ସରକାର ଉପରେ ବର୍ଷିଲେ ବିଜେପିର ୫ ହେଭିୱେଟ୍ ନେତା । ବିଫଳତା ଗଣିଲେ, କଲେ ବିଷୋଦଗାର । କହିଲେ, ଓଡ଼ିଶାରେ ଷଷ୍ଠ ପାଳି ପରିବର୍ତ୍ତେ ହେବ ସତ୍ତା ପରିବର୍ତ୍ତନ । ଓଡ଼ିଆ ଅସ୍ମିତା, ସ୍ଵାଭିମାନ ଓ ସଂସ୍କୃତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା । ପିଇବା ପାଣି, ଶିକ୍ଷା, ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ ବିଜେଡି ସରକାର ଉପରେ କରିଛନ୍ତି ଶାଣିତ ଆକ୍ରମଣ । 
 
ବିଫଳତା ଗଣିଲେ, ବିଷୋଦଗାର କଲେ
କହିଲେ ଷଷ୍ଠ ପାଳି ପରିବର୍ତ୍ତେ ହେବ ସତ୍ତା ପରିବର୍ତ୍ତନ
 ଓଡ଼ିଅ ଅସ୍ମିତା, ସ୍ଵାଭିମାନ ଓ ସଂସ୍କୃତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ନିଶାନା
ପିଇବା ପାଣି, ଶିକ୍ଷା, ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ କଲେ ଶାଣିତ ଆକ୍ରମଣ
 

ଅଦ୍ଭୂତପୂର୍ବ ପରିବର୍ତ୍ତନ ଆଡ଼କୁ ଯାଉଛି ଓଡ଼ିଶା । ଓଡିଶାକୁ ଏକ ନମ୍ବର କରିବା ପାଇଁ ଏଜେଣ୍ଡା ସେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୫ ବର୍ଷରେ ଓଡ଼ିଶା ଯେଉଁ ସ୍ଥାନକୁ ଯିବା କଥା ଯାଇପାରିନାହିଁ । 
 ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା କହୁଛନ୍ତି, ନିର୍ବାଚନ ହାରିଲେ ସନ୍ୟାସ ନେବେ । ସୁନା ଚାମଚ ଧରି ଜନ୍ମ ହୋଇଥିବା ଏବଂ ଭୋଗ ବିଳାଶ ପାଇଁ ରାଜନୀତି କରୁଥିବା ନେତା ରାଜନୀତି ଜନସେବା ବୋଲି କେମିତି ସ୍ଵୀକାର କରିବେ ? ହାରିବା, ଜିତିବା ଜନ ସେବାରେ ଉଭୟଙ୍କୁ ସ୍ଵୀକାର କରିବାକୁ ପଡେ ।  ଓଡିଶାରେ ସରକାର ଆଉଟସୋର୍ସ ହୋଇଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଓଡିଶାବାସୀ ଯାହାଙ୍କୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀ କରିଥିଲେ, ତାଙ୍କୁ କଣ୍ଢେଇ ଭଳି କଣ୍ଟ୍ରୋଲ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ କରି ରଖାଯାଉଛି।

 ସେପଟେ ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର କାମକୁ ନେଇ ମଧ୍ୟ ଜୋରଦାର ଆଟାକ କରିଛନ୍ତି ଭୁବନେଶ୍ଵର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ।  ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ହେଲା । ସେମାନଙ୍କ ଜମି ହଡପ ହେଲା । ଧର୍ମାନ୍ତୀକରଣ ପାଇଁ ବିଦେଶୀ ଶକ୍ତିର ସାହାଯ୍ୟ ନିଆଗଲା । ସବୁଥିରେ ଥିଲା ଖୋଦ୍ ନବୀନଙ୍କ ନୀରବ ସମର୍ଥନ ।   ଏବେ ବିଜେପି-ବିଜେଡି ଆରପାର ଲଢେଇ । ଖୋଦ୍ ପ୍ରଧାନମନ୍ତ୍ରୀ ଲେଖି ସାରିଛନ୍ତି ବିଜେଡିର ଏକ୍ସପାଏରୀ ଡେଟ୍ । ଏବେ ଜନତାଙ୍କ ନିଷ୍ପତ୍ତିକୁ ଅପେକ୍ଷା  । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5 heavyweight leaders of BJP are against the BJD government | Argus News