Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜପଥରେ ଦୁଇଟି କାରକୁ ଧକ୍କା ଦେଲା ଟ୍ରକ, ୫ ଆହତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜପଥରେ ଦୁଇଟି କାରକୁ  ଧକ୍କା ଦେଲା ଟ୍ରକ, ୫ ଆହତ

ଅର୍ଗସ ବ୍ୟୁରୋ:  ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥଗୋଡିପଡା ଛକ ନିକଟରେ ଘଟିଛି ଦୁର୍ଘଟଣା। ରାଜପଥରେ ଦୁଇଟି କାରକୁ ପଛରୁ ଧକ୍କା ଦେଲା ଟ୍ରକ। ଦୁର୍ଘଟଣାରେ କାରରେ ଥିବା ୩ଜଣ ଗୁରୁତର ୨ଜଣ ଆହତ  ହୋଇଥିବା ଜଣାପଡିଛି। ସୂଚନାରୁ ଜଣାପଡିଛି ଦୁଇଟି କାରରେ ଭୁବନେଶ୍ୱରରୁ ଚିଲିକା ବୁଲିବାକୁ ୧୦ଜଣ ସାଗଂ ଯାଊଥିଲେ।ଜାତୀୟ ରାଜପଥ ଗୋଡିପଡା ଛକ ନିକଟରେ ଦୁଇଟି କାର ପାର୍କିଂ କରି ରଖିଥିଲେ।ଏହି ସମୟରେ ଏକ ଟ୍ରକ  ପଛରୁ ପ୍ରଥମେ ଏକ କାରକୁ ଧକ୍କା କରି ଅନ୍ୟ ଏକ କାରକୁ ପଛରୁ ଧକ୍କା କରିଥିଲା।

ଟ୍ରକ ଧକ୍କାରେ କାରରେ ୩ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ମଃଇଳା ଅଛନ୍ତି।ଘଟଣା ସ୍ଥଳରେ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ପହଞ୍ଚି ଆହତ ମାନଙ୍କୁ ମେଡିକାଲ କୁ ପଠାଇଛନ୍ତି ଏବଂ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।ପୋଲିସ ଟ୍ରକ ଓ ଦୁଇଟି କାରକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5 injured in accident Khordha | Argus News