Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୫ଜଣ ଗୁରୁତର

Swayangprajna Mishra
Browse all articles by Swayangprajna Mishra
·2 years ago
ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୫ଜଣ ଗୁରୁତର

କଳାହାଣ୍ଡି : ବିଷାକ୍ତ ଛତୁ ହୋଇଛି କାଳ । ଚାଷ କ୍ଷେତରୁ ଅଣାଯାଇଥିବା ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୫ଜଣ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବାବେଗୁଡା ଗାଁ ରେ ଘଟିଛି ଏହି ଅଘଟଣ । ପୀଡିତଙ୍କୁ ଧର୍ମଗଡ ମେଡିକାଲରେ ଭର୍ତ୍ତି କରାଯାଇଛି l ଅସୁସ୍ଥଙ୍କ ମଧ୍ୟରେ ଦୁଇ ମହିଳା ଥିବା ବେଳେ ତିନିଜଣ ପୁରୁଷ ଅଛନ୍ତି  l

ଅଧିକ ପଢନ୍ତୁ : ବିଷାକ୍ତ ଛତୁ ଖାଇ ୩ ଗୁରୁତର

ସୂଚନା ଅନୁଯାୟୀ ଏହି ଗାଁର  ବିଦ୍ୟାଧର ଭର ସଗଡିଆ ନିଜ ବିଲରୁ ଛତୁ ଆଣିଥିଲେ । ଏହା ରୋଷେଇ କରି ଖାଇବା ପରେ ପରିବାରର ସଦସ୍ୟ ଝାଡ଼ା ବାନ୍ତିର ଆକ୍ରାନ୍ତ ହୋଇଥିଲା । ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5 members of a family are seriously ill after eating mushroom curry | Argus News