୧୫ ମନ୍ତ୍ରୀ ବୁଲିବେ ୩୦ ଜିଲ୍ଲା

Key Points
- ୧୫ ମନ୍ତ୍ରୀ ବୁଲିବେ ୩୦ ଜିଲ୍ଲା
- ବଜେଟର ବିଭିନ୍ନ ଦିଗ ନେଇ ଲୋକଙ୍କ ସହ କରିବେ ଆଲୋଚନା
- ଲୋକ ଓ ସରକାରଙ୍କ ମଧ୍ୟରେ ସମନ୍ବୟ ରଖିବ ସଙ୍ଗଠନ
- ମୋଦିଙ୍କ ମଡେଲରେ ସରକାର ଓ ସଙ୍ଗଠନ ବଢିବ ଆଗକୁ
- ସଙ୍ଗଠନ ସକ୍ରିୟ ରହିଲେ ସରକାର ରହିବେ କ୍ରୀୟାଶୀଳ
ଅର୍ଗସ ବ୍ୟୁରୋ: ମୋଦି ମଡଲେକୁ ନେଇ ଲୋକଙ୍କ ସହ ଯୋଡି ହେବେ ମୋହନ ସରକାର । ଏଥିପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ମନ୍ତ୍ରୀ ବୁଲିବେ ଜିଲ୍ଲାରୁ ଜିଲ୍ଲା । 30 ଜିଲ୍ଲା ବୁଲିବାକୁ 15 ମନ୍ତ୍ରୀଙ୍କୁ ଦିଆଯାଇଛି ଦାୟିତ୍ବ । ପ୍ରତି ମନ୍ତ୍ରୀ ଦୁଇଟି ଜିଲ୍ଲା ଗସ୍ତ କରିବେ । ଗସ୍ତ କାଳରେ ବଜେଟରେ ମୋହନ ସରକାର ଆଣିଥିବା ଲୋକାଭିମୁଖୀ ଯୋଜନା ବାବଦରେ ଲୋକଙ୍କୁ ଅବଗତ କରିବେ , ମତାମତ ନେବେ । ତା ସହ କେନ୍ଦ୍ରର ଜନକଲ୍ୟାଣକାରୀ ଯୋଜନା କଥା ବି କହିବେ । ସାଧାରଣ ଲୋକ ଓ ସରକାରଙ୍କ ମଧ୍ୟରେ ସମନ୍ବୟ ରଖିବ ସଂଙ୍ଗଠନ ।
ଯୋଜନା ଅନୁସାରେ ମନ୍ତ୍ରୀ ଜିଲ୍ଲା ବୁଲିବା ଆରମ୍ଭ କରି ଦେଇଛନ୍ତି । ମୟୂରଭଞ୍ଜ ଗସ୍ତରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂ ଦେଓ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । କେନ୍ଦ୍ର ସରକାରଙ୍କ ବୃହତ ତାଳତେଲ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ ବେତନଟୀରୁ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଓଡିଶାର ୨୦ଟି ଜିଲ୍ଲାରେ ଏହା ଚାଲିବ । ଚାଷୀଙ୍କ ରୋଜଗାର ବଢାଇବା ପାଇଁ ଏହି ଅଭିଯାନ ସହାୟକ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେପଟେ ଯୋଗାଣ ବିଭାଗର ବିଭିନ୍ନ ଯୋଜନା ଜିଲ୍ଲାରେ କେମିତି କାମ କରୁଛି ତାର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।
ମନ୍ତ୍ରୀଙ୍କ ଜିଲ୍ଲା ବୁଲିବା କୁ ନେଇ ବିଜେଡି କହିଛି ସେମାନେ ତାଙ୍କ କର୍ତ୍ତବ୍ୟ କରୁଛନ୍ତି ବିରୋଧୀ ଦଳ ଭାବେ ବିଜେଡି ନେତା ବି 30 ଜିଲ୍ଲା ବୁଲିବେ । ସରକାରଙ୍କ ତ୍ରୁଟି ବିଚ୍ୟୁତି ବିଷୟରେ ଲୋକଙ୍କୁ ବୁଝାଇବେ । ନିଜେ ନବୀନ ବି ଜିଲ୍ଲା ଯିବେ । ସେପଟେ ବିଜେପି ରାଜ୍ୟ ସଭାପତି ଓ ସଙ୍ଗଠନ ସଂପାଦକ ବି ଜିଲ୍ଲାବୁଲିବା ଆରମ୍ଭ କରିଛନ୍ତି ।
📱 Get Argus News App
✨ମୋଦିଙ୍କ ମଡେଲ ହେଉଛି, ଲୋକଙ୍କ ପାଖକୁ ସମସ୍ୟା ଶୁଣ । ଜନକଲ୍ୟାଣକାରୀ ଯୋଜନାର ସୁଫଳ ପହଁଞ୍ଚାଇବାକୁ ପ୍ରୟାସ କର । ଏପଟେ 24 ବର୍ଷ ଧରି ସରକାରରେ ଥିବା ବିଜେଡି ନେତା- ମନ୍ତ୍ରୀଙ୍କ କ୍ଷମତାକୁ ଗୌଣ କରି ଜଣେ ସଚିବଙ୍କୁ ଜିଲ୍ଲାରୁ ଜିଲ୍ଲା ବୁଲାଇବାରୁ ଏହା ବୁଂମେରା ହେଲା । ତେଣୁ ବିଜେପି ରାସ୍ତାରେ ଏବେ ବିଜେଡି ନେତା ଯିବା ପାଇଁ ଯୋଜନା କରୁଥିବା ଚର୍ଚ୍ଚା ।
ଆହୁରି ପଢନ୍ତୁ ଓଡିଶା ଖବର...