Videos
|
Odisha

Orangutans Spotted / ଓଡ଼ିଶାରେ ୫ଟି ଓରାଙ୍ଗଉଟାନ୍‌ ଠାବ: କେଉଁଠୁ ଆସିଲେ ଖୋଳତାଡ କରୁଛି ବନ ବିଭାଗ ?

Banajyotshna Ray
Browse all articles by Banajyotshna Ray
·31 mins ago·2 min read
ଓଡ଼ିଶାରେ ୫ଟି ଓରାଙ୍ଗଉଟାନ୍‌ ଠାବ: କେଉଁଠୁ ଆସିଲେ ଖୋଳତାଡ କରୁଛି ବନ ବିଭାଗ ?
Orangutans Spotted

Key Points

ଉଦୟପୁର ବନ ବିଭାଗ ପକ୍ଷରୁ ୫ଟି ଓରାଙ୍ଗଉଟାଙ୍ଗ ଠାବ 
ରଣକୋଠା ବଡ଼ପାହି ଅଞ୍ଚଳରୁ ଠାବ ହୋଇଛନ୍ତି ୫ଟି ଓରାଙ୍ଗଉଟାଙ୍ଗ
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଉଦୟପୁର ବନ ବିଭାଗର ଟିମ୍
ଓଡ଼ିଶାକୁ ପଶି ଆସିଲେ ଓରାଙ୍ଗଉଟାନ୍‌। ଜଙ୍ଗଲରେ ବୁଲୁଥିବା ବେଳେ ସେମାନଙ୍କୁ ଦେଖିବାକୁ ପାଇଲେ ସ୍ଥାନୀୟ ଲୋକେ। ଉଦୟପୁର ବନ ବିଭାଗ ପକ୍ଷରୁ ୫ଟି ଓରାଙ୍ଗଉଟାନ୍‌ ଠାବ । ରଣକୋଠା ବଡ଼ପାହି ଅଞ୍ଚଳରୁ ଠାବ ହୋଇଛନ୍ତି ୫ଟି ଓରାଙ୍ଗଉଟାନ୍‌ । ଆଜି ସକାଳୁ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଉଦୟପୁର ବନ ବିଭାଗର ଟିମ୍। ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ପହଞ୍ଚି ଓରାଙ୍ଗଉଟାନ୍‌ମାନଙ୍କର ଚିକିତ୍ସା କରୁଛନ୍ତି। ତେବେ ଏହି ଓରାଙ୍ଗଉଟାନ୍‌ମାନେ କେଉଁଠୁ ଆସିଲେ ଏବଂ କିପରି ଏହି ଅଞ୍ଚଳରେ ପହଞ୍ଚିଲେ, ସେନେଇ ବନ ବିଭାଗର ତଦନ୍ତ ଜାରି ରହିଛି।''

ସ୍ଥାନୀୟ ଲୋକେ ଦେଖିବା ପରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବନ ବିଭାଗକୁ ସୂଚନା ଦେଇଥିଲେ। ବନ ବିଭାଗ ସେମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯିବ ବୋଲି ଜଣାପଡ଼ିଛି। ଭୋଗରାଇ ବିଚିତ୍ରପୁର ଗ୍ରାମ୍ୟ ଜଙ୍ଗଲରେ ୫ ବିଚିତ୍ର ଜୀବ ବୁଲୁଥିଲେ। ଜଙ୍ଗଲ ପାଖ ଲୋକମାନେ ଦେଖି ପ୍ରଥମେ ଭୟଭୀତ ହୋଇ ଯାଇଥିଲେ। ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଜଙ୍ଗଲରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ଭୋଗରାଇ ପ୍ରାଣୀଧନ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁସାରେ ସେମାନେ ଓରାଙ୍ଗଉଟାନ ବୋଲି ଅନୁମାନ କରାଯାଉଛି। ଯଦି ଓରାଙ୍ଗଓଟାନ୍ ବୋଲି କନ୍‌ଫର୍ମ ହୁଏ, ତାହାହେଲେ ସେମାନଙ୍କୁ ଭୁବନେଶ୍ୱର ଜାତୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ରଖିବାର ବ୍ୟବସ୍ଥା କରାଯିବ ବୋଲି ପିସିସିଏଫ୍ କହିଛନ୍ତି।''

ମିଳିଥିବା ସୂଚନାରୁ ଅନୁସାରେ, ଭାରତରେ ଓରାଙ୍ଗଓଟାନ୍ ମିଳନ୍ତି ନାହିଁ। ଏପରି ସ୍ଥିତିରେ ବିଚିତ୍ରପୁର ସଂରକ୍ଷିତ ଜଙ୍ଗଲରେ କେମିତି ଓ କେଉଁଠୁ ଆସିଲେ ଓରାଙ୍ଗଉଟାନ୍‌? ତାହା ଉପରେ ତଦନ୍ତ କରାଯିବ ବୋଲି ବନ ବିଭାଗ ସ୍ପଷ୍ଟ କରିଛି। ସେପଟେ ଦେଖିବାକୁ ଗଲେ ସୁବର୍ଣ୍ଣରେଖା ନଦୀର ପଠାରେ ରହିଛି ହେନ୍ତାଳ ବନ। ଏହି ବନକୁ ଲାଗିଛି ବିଚିତ୍ରପୁର ଗ୍ରାମ୍ୟ ଜଙ୍ଗଲ। ଏହି ଜଙ୍ଗଲକୁ ସାଧାରଣତଃ ଲୋକଙ୍କ ଜାତାୟତ କମ ଥାଏ।

ଏଥିସହ ପଢ଼ନ୍ତୁ: ସପ୍ତାହକରେ ୨ ଜୀବନ ନେବା ପରେ ବି ଥମୁନି ଉପଦ୍ରବ, ବଡ଼ ଇନ୍ଦୁପୁର ଓ ତେହେରେଇ ଗାଁରେ ଲୋକ ଭୟଭୀତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓରାଙ୍ଗଓଟାନ୍ (Orangutan) ହେଉଛନ୍ତି ପୃଥିବୀର ଅନ୍ୟତମ ବୃହତ୍ତମ ଏବଂ ଅତି ବୁଦ୍ଧିମାନ ମାଙ୍କଡ଼ ଜାତୀୟ ଜୀବ । ଯେଉଁମାନେ ମୁଖ୍ୟତଃ ଗଛ ଉପରେ ବାସ କରନ୍ତି। 'ଓରାଙ୍ଗଓଟାନ୍' ଶବ୍ଦଟି ମାଳୟ ଭାଷାର ‘Orang’ (ମଣିଷ) ଏବଂ ‘Hutan’ (ଜଙ୍ଗଲ) ଶବ୍ଦରୁ ଆସିଛି, ଯାହାର ଅର୍ଥ ହେଉଛି "ଜଙ୍ଗଲର ମଣିଷ"।

ମାନବ ବଂଶରୁ ପୃଥକୀକରଣ: ବୈଜ୍ଞାନିକ ଗବେଷଣା ଅନୁଯାୟୀ, ଆଜକୁ ପ୍ରାୟ ୧୨ ରୁ ୧୫ ମିଲିୟନ (୧.୨ ରୁ ୧.୫ କୋଟି) ବର୍ଷ ପୂର୍ବେ ଓରାଙ୍ଗଓଟାନ୍‌ମାନେ ମାନବ ଏବଂ ଆଫ୍ରିକୀୟ ଆପ୍ସ (ଚିମ୍ପାଞ୍ଜି ଓ ଗୋରିଲା) ବଂଶରୁ ଅଲଗା ହୋଇଯାଇଥିଲେ। ପ୍ରାୟ ୧୨,୫୦୦ ବର୍ଷ ପୂର୍ବେ ଜଳବାୟୁ ପରିବର୍ତ୍ତନ ଏବଂ ମାନବ ଶିକାର ଯୋଗୁଁ ଏମାନଙ୍କର ବାସସ୍ଥଳୀ ସଙ୍କୁଚିତ ହୋଇଯାଇଥିଲା। ବର୍ତ୍ତମାନ ଏମାନେ କେବଳ ଦୁଇଟି ଦ୍ୱୀପରେ ଦେଖାଯାନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories