Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୂଷିତ ପାଣି ପିଇ ଗଲାଣି 5 ଜଣଙ୍କର ଜୀବନ, 100ରୁ ଅଧିକ ଆକ୍ରାନ୍ତ

Odisha

ଦୂଷିତ ପାଣି ପିଇ ଗଲାଣି 5 ଜଣଙ୍କର ଜୀବନ, 100ରୁ ଅଧିକ ଆକ୍ରାନ୍ତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୂଷିତ ପାଣି ପିଇ ଗଲାଣି 5 ଜଣଙ୍କର ଜୀବନ, 100ରୁ ଅଧିକ ଆକ୍ରାନ୍ତ

ଅର୍ଗସ ବ୍ୟୁରୋ: ରାଉରକେଲାର ପାନପୋଷ, ଛେଣ୍ଡ୍, ଗୋପବନ୍ଧୁପାଲ୍ଲୀ, ଉଦିତନଗର, ଏବେ ପାଲଟିଛି ଝାଡାବାନ୍ତିର ହଟସ୍ପଟ୍ । ମାତ୍ର 7 ଦିନ ଭିତରେ ଗଲାଣି 5 ଜୀବନ । ଆକ୍ରାନ୍ତ ହେଲେଣି 100ରୁ ଅଧିକ । ହସପିଟାଲରେ ବେଡ୍ ନାହିଁ, ଏମିତି ତଳେ ଚାଲିଛି ଚିକିତ୍ସା । ରାଉରକେଲାର ଏଇ ଚିତ୍ର ଖୋଲିଦେଇଛି ରାଜ୍ୟ ସରକାରଙ୍କ ଶୁଦ୍ଧ ପାନୀୟ ଜଳ ପାଇଁ Drink from Tapର ପୋଲ। 2022ରେ ରାଉରକେଲା ସମେତ ରାଜ୍ୟର ଅନ୍ୟ 18 ସହରରେ ଏଇ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ। ବର୍ଷେ ବି ହୋଇନାହିଁ ରାଉରକେଲାର ଚିତ୍ର ଏମିତି । ଭଲକରି ଦେଖନ୍ତୁ କିଭଳି ପାଣି ବ୍ୟବହାର କରୁଛନ୍ତି ରାଉରକେଲାବାସୀ । ଦୂଷିତ ପାଣି ଯୋଗୁଁ ଝାଡାବାନ୍ତିରେ ଲୋକଙ୍କ ଜୀବନ ଯାଉଥିବା ଅଭିୟୋଗ ହୋଇଛି ।

କୌଣସି ଉପାନ୍ତ କି ଦୁର୍ଗମ ନୁହେଁ, ରାଉରକେଲା ଭଳି ସହରରେ କାହିଁକି ଏ ସ୍ଥିତି, କାହିଁକି ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ ବିଶୁଦ୍ଧ ପାନୀୟ ପାଣି, ଯାଞ୍ଚ ପାଇଁ ଗଠନ ହୋଇଛି ରାପିଡ୍ ରେସପନ୍ସ ଟିମ୍। ଡାକ୍ତରୀଦଳ ବି ଅନୁଧ୍ୟାନ କରୁଛନ୍ତି । ଜିଲ୍ଲାପାଳ ମଧ୍ୟ ପାଇପ ପାଣିରେ ସମସ୍ୟା ଥାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।ସେପଟେ ସୁନ୍ଦରଗଡ଼ ସାଂସଜ ଜୁଏଲ୍ ଓରାମ୍ ଓ ସ୍ଥାନୀୟ ବିଧାୟକ ତଥା ଶ୍ରମମନ୍ତ୍ରୀ ଶାରଦା ନାୟକ ହସପିଟାଲ ଯାଇ ଅସୁସ୍ଥଙ୍କୁ ଭେଟିଛନ୍ତି । କାହିଁକି ଲୋକଙ୍କ ଜୀବନ ଯାଉଛି ତାର ଉତ୍ତରରେ ବିତଣ୍ଡା ଯୁକ୍ତି ବାଢିଛନ୍ତି ସାରଦା।

ବିଜ୍ଞାପନ ଓ ପ୍ରଚାରରେ ସୀମିତ ଯୋଜନା ପରେ ଯୋଜନା କରି ଦେଉଥିବାର ଡିଣ୍ଡିମ ପଛର ବାସ୍ତବତା ସାମ୍ନାକୁ ଆସିଛି ରାଉରକେଲାରୁ । 2015ରେ ବି ଦୁଷିତ ପାଣି ଯୋଗୁଁ ସମ୍ବଲପୁରରେ ବ୍ୟାପିଥିଲା ଜଣ଼୍ଡିସ୍ । ଯାଇଥିଲା 25ରୁ ଅଧିକ ଲୋକଙ୍କ ଜୀବନ । ଏବେ ପୁଣି ରାଉରକେଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
5 people have died after drinking contaminated water, more than 100 have been infected | Argus News