ନକଲି ମଦ ବିକ୍ରି ଘଟଣାରେ ୫ ଜଣଙ୍କୁ ଜେଲ

କଟକ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି SR ବାରରେ ନକଲି ମଦ ବିକ୍ରି ଘଟଣାରେ ଜିଲ୍ଲା ଅବକାରୀ ବିଭାଗ ଚଡାଉ କରି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରେଶ୍ୱର ଥାନା ଅଞ୍ଚଳର ସୌମ୍ୟରଂଜନ ପ୍ରଧାନ, ଜଗନ୍ନାଥ ନାୟକ, ପବିତ୍ର ଜେନା, ଶ୍ରୀନିବାସ ପ୍ରଧାନ ଓ ମାହାଙ୍ଗା ଥାନା ଅଞ୍ଚଳର ଶରତ ଚନ୍ଦ୍ର ବାରିକ।
ସୂଚନାମୁତାବକ ନିଶ୍ଚିନ୍ତକୋଇଲି SR ବାର ଉପରେ କଟକ ଜିଲ୍ଲା ଅବକାରୀ ବିଭାଗର ୧୦ ଜଣିଆ ଟିମ ସହ ସାଲେପୁର, ନିଶ୍ଚିନ୍ତକୋଇଲି , ମାହାଙ୍ଗା ଅବକାରୀ ବିଭାଗର ମିଳିତ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏଥି ସହ ୧୧ ଶହ ଲିଟର ନକଲି ବିଦେଶୀ ମଦ, ୫ହଜାରରୁ ଉର୍ଦ୍ଧ୍ବ ପ୍ଲାଷ୍ଟିକ କେଫ, ୩ ଟି ସ୍କୁଟି କୁ ଜବତ କରିଥିବା ନେଇ ଜିଲ୍ଲା ଅବକାରୀ ବିଭାଗ ଏସପି ସୂଚନା ଦେଇଛନ୍ତି।। ସାଲେପୁର କୋର୍ଟରେ ହାଜର ହେବାପରେ ବେଲ ନାମଞ୍ଜୁର ହେବାରୁ ସାଲେପୁର ସବ ଜେଲକୁ ପଠେଇ ଦିଆଯାଇଛି। ଏବେବି SR ବାର ମାଲିକ ଫେରାର ଅଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର