ଅଟୋ ଧକ୍କାରେ ୫ ଗୁରୁତର
·1 year ago

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଲିପଶି ଠାରେ ବାହୁଡା଼ ଯାତ୍ରା ଦେଖି ଘରକୁ ଫେରୁଥିବା ସମୟରେ ଅଟୋ ଧକ୍କା ରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମଧ୍ୟରୁ ଜଣକର ହାତ କାନ୍ଧରୁ ଛିଣ୍ଡି ଅଲଗା ହୋଇ ଯାଇଛି। ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ଘଟିଛି ରୁଢିଅପଡା ନିକଟରେ। ମଲିପଶି ରଥଯାତ୍ରା ଦେଖି ଘରକୁ ଚାଲିଚାଲି ଫେରୁଥିବା ସମୟରେ ଧକ୍କା ଦେଇଥିଲା ଅଟୋ। ଗୁରୁତର ମାନେ ହେଲେ ଫୁଲମଣୀ ନାଏକ, ଘନଶ୍ୟାମ ମହାନ୍ତ, ଜୁଲି ପାତ୍ର, ହେମଲତା ପାତ୍ର ଓ ଟୁଲୁ ମାଝି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: