ଆଦର୍ଶ ସ୍କୁଲ ଯାଉଥିବା ଭ୍ୟାନ ଓଲଟି ପଡିଲା, ୫ ଛାତ୍ରଛାତ୍ରୀ ଆହତ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୁରୁ ଗ୍ରାମ ନିକଟରେ ଓଲଟିଲା ଓମିନି ଭ୍ୟାନ। ବାରିହାପୁର ଆଦର୍ଶ ସ୍କୁଲକୁ ନେଇ ଯାଉଥିବା ଏକ ଓମିନି ଭ୍ୟାନଟି ଓଲଟି ପଡିଛି ।ଏଥିର ୫ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସୂଚନା ମୁତାବକ ଭ୍ୟାନ ରେ ୩ ଜଣ ଛାତ୍ରୀ ଥିବା ବେଳେ ୨ ଜଣ ଛାତ୍ର ରହିଥିଲେ । ଆଜି ସକାଳେ କନ୍ତୁରୁ ଗ୍ରାମରୁ ଛାତ୍ର ଛାତ୍ରୀ ଙ୍କୁ ନେଇ ଭ୍ୟାନଟି ବାରିହାପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ କୁ ଯାଉଥିବା ବେଳେ କନ୍ତୁରୁ ଗ୍ରାମ ନିକଟ ବୁଲାଣି ରାସ୍ତାର ସାମ୍ନାପଟୁ ଏକ ବାଇକ ଦ୍ରୁତ ଗତିରେ ଆସି ଯାଇଥିଲା ।
ଫଳରେ ଡ୍ରାଇଭର ଜଣକ ହଠାତ ବ୍ରେକ ମାରିବାରୁ ଭ୍ୟାନଟି ଓଲଟି ପଡିଥିଲା । ସଙ୍ଗେ ସଙ୍ଗେ ଡ୍ରାଇଭର ଜଣକ ସମସ୍ତ ଛାତ୍ର ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି, ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ହେବା ପରେ ସମସ୍ତ ଆହତ ଛାତ୍ର ଛାତ୍ରୀ ସୁରକ୍ଷିତ ଭାବେ ଘରକୁ ଫେରିଥିବା କହିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ହରିହର ଦେହୁରୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨