Videos
|
Odisha

ସପ୍ତଶଯ୍ୟା ପାହାଡ଼ ବୁଲି ନିଖୋଜ ହୋଇଥିବା ୫ ଛାତ୍ର ଉଦ୍ଧାର

Banajyotshna Ray
Browse all articles by Banajyotshna Ray
·2 years ago
ସପ୍ତଶଯ୍ୟା ପାହାଡ଼ ବୁଲି ନିଖୋଜ ହୋଇଥିବା ୫ ଛାତ୍ର ଉଦ୍ଧାର

ଅର୍ଗସ ବ୍ୟୁରୋ:  ଢ଼େଙ୍କାନାଳ ସପ୍ତଶଯ୍ୟା ପାହାଡ଼ ବୁଲି ନିଖୋଜ ହୋଇଥିବା ୫ ଛାତ୍ର ଉଦ୍ଧାର ହୋଇଛନ୍ତି।ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ ସ୍ଥାନୀୟ ବାସିନ୍ଦା, ବନ ବିଭାଗ ପୋଲିସ ଦ୍ୱାରା ସୁରକ୍ଷିତ ଉଦ୍ଧାର କରାଯାଇଛି। ଜଣେ ଲୋକାଲ ଛାତ୍ରଙ୍କ ସହ କଟକ ଅଞ୍ଚଳର ଅନ୍ୟ ଚାରିଜଣ ଛାତ୍ର ସପ୍ତଶଯ୍ୟା ବୁଲିବା ପାଇଁ ଆସିଥିଲେ।ପାହାଡ଼ ଚଢିବା ସମୟରେ ବାଟବଣା ହୋଇ ଅନ୍ୟ ଏକ ପାହାଡକୁ ଚାଲିଯାଇଥିଲେ।ପରେ ସନ୍ଧ୍ୟା ଓ ବର୍ଷା ହେବାରୁ ଆଉ ବାଟ ପାଇବା ସେମାନଙ୍କ ପାଖରେ ସମ୍ଭବ ହୋଇନଥିଲା।ଏନେଇ ସେମାନେ ଘର ଲୋକଙ୍କୁ ଖବର ଦେଇଥିଲେ।ଖବର ପାଇ ପୋଲିସ ଓ ବନ ବିଭାଗର ଟିମ୍ ସେମାନଙ୍କୁ ଖୋଜାଖୋଜି କରିଥିଲା।ଦୀର୍ଘ ୬ରୁ ସାତ ଘଣ୍ଟାର ପରିଶ୍ରମ ପରେ ପ୍ରାୟ ରାତି ସାଢ଼େ ଗୋଟାଏ ସମୟରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।ତେବେ ଉଦ୍ଧାର ସମସ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5 students who went missing in Saptasajya hills were rescued | Argus News