Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନିମ୍ନମାନର କାମ ଯୋଗୁଁ ପବନରେ ଭାଙ୍ଗିଲା ୫ଟି ବିଦ୍ୟାଳୟ

Odisha

ନିମ୍ନମାନର କାମ ଯୋଗୁଁ ପବନରେ ଭାଙ୍ଗିଲା ୫ଟି ବିଦ୍ୟାଳୟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନିମ୍ନମାନର କାମ ଯୋଗୁଁ ପବନରେ ଭାଙ୍ଗିଲା ୫ଟି ବିଦ୍ୟାଳୟ

ଅର୍ଗସ ବ୍ୟୁରୋ:  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଚିନାମାଳିପଶି ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ । ୧୯୮୨ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟକୁ ୫ ଟି ଯୋଜନାରେ ସାମିଲ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଗଲା ।  ବିଦ୍ୟାଳୟର ରଙ୍ଗ ବଦଳି ଗଲା । 2023 ମସିହା ଏପ୍ରିଲ୍ ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ଫଳକ ଲାଗିଲା । ୫ ଟି ବିଦ୍ୟାଳୟରେ ରୁପାନ୍ତରିତ କରି ବାହା ବାହା ନେଲା ବିଜେଡ଼ି ସରକାର। ଉପରେ ଚକାଚକ୍ ଦେଖା ଯାଉଥିବା ଏହି ବିଦ୍ୟାଳୟର ମାତ୍ର ବର୍ଷକରେ ଚିତ୍ର ବଦଳି ଗଲା। ସାମାନ୍ୟ ପବନରେ ବିଦ୍ୟାଳୟ ଶ୍ରେଣୀ ଗୃହର ଆଜବେଷ୍ଟସ ଭାଙ୍ଗି ଚୁରମାର ହୋଇଗଲା। ନିମ୍ନମାନର କାମ ଯୋଗୁଁ ବର୍ଷକରେ ୫ଟି ବିଦ୍ୟାଳୟର ରୂପରେଖ ବଦଳିଯାଇଛି । ଏବେ ବିଦ୍ୟାଳୟ ଖୋଲିଥିବା ବେଳେ ଶ୍ରେଣୀଗୃହ ନଥିବାରୁ ଛାତ୍ରଛାତ୍ରୀ ଖୋଲାମେଲାରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି।‌

ଏବେ ବିଦ୍ୟାଳୟରେ ନବମ ଓ ଦଶମ ଦୁଇଟି ଶ୍ରେଣୀରେ ୯୫ ଜଣ ଛାତ୍ରଛାତ୍ରୀ ଶିକ୍ଷାଦାନ କରୁଛନ୍ତି । ମାତ୍ର ଦୁଇ ଜଣ ଶିକ୍ଷକରେ ଚାଲିଛି ଶିକ୍ଷାଦାନ। ବିଦ୍ୟାଳୟଟି ୫-ଟିରେ ସାମିଲ କରାଯାଇଛି ସତ କିନ୍ତୁ ଶିକ୍ଷକ ମରୁଡ଼ି ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ଦୁଇ ଜଣ ଶିକ୍ଷକ ବିଜ୍ଞାନ ଶିକ୍ଷକ ହୋଇଥିବା ବେଳେ ଜଣେ ପ୍ରଧାନଶିକ୍ଷକ ଦାୟିତ୍ବରେ  ରହି ଅଧିକାଂଶ ସମୟ ଅଫିସ କାର୍ଯ୍ୟ କରୁଛନ୍ତି। ତେଣୁ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି । ୨୫ ବର୍ଷ ବିଜେଡି ସରକାର ରେ ଦୁର୍ନୀତି ପରେ ଦୁର୍ନୀତି ପଦାକୁ ଆସିଛି । ତୁରନ୍ତ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ନୂତନ ବିଜେପି ସରକାରଙ୍କ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored