ବେଆଇନ ବାଲି ଚାଲାଣ ସମୟରେ ୫ ଟ୍ରାକ୍ଟର ଜବତ, ୪ ଗିରଫ
·1 year ago

କେନ୍ଦୁଝର: ଆନନ୍ଦପୁର ବୈତରଣୀ ନଦୀର ବୁଢିକୁଦ ବାଲିଘାଟରୁ ବେଆଇନ ବାଲି ଚାଲାଣର ଅଭିଯୋଗ ପରେ ଆନନ୍ଦପୁର ପୋଲିସ୍ ର ଚଢାଉ। ଚଢ଼ାଉ ସମୟରେ ୫ଗୋଟି ଟ୍ରାକ୍ଟର ଜବତ। ଏଥିସହ ୪ଜଣ ଟ୍ରାକ୍ଟର ଡ୍ରାଇଭର ଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।
ଜବତ ଟ୍ରାକ୍ଟର ଗୁଡିକୁ ମାଇନିଂ ବିଭାଗ କୁ ହସ୍ତାନ୍ତର କରି ମୋଟା ଅଙ୍କର ଫାଇନ୍ ପାଇଁ ସୁପାରିଶ ସହ ଗିରଫ ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଚଢ଼ାଉ ସମୟରେ ଆହୁରି କିଛି ଟ୍ରାକ୍ଟର ଖସି ପଳାଇଛନ୍ତି। ପ୍ରତିଦିନ ଏହି ବେଆଇନ ଘାଟ ଉପରେ ପୋଲିସ ନଜର ରହିଲେ ବାଲି ଚୋରି ରେ ରୋକ ଲାଗି ପାରନ୍ତା।
ଅଧିକ ପଢନ୍ତୁ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: