Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Traffic challan / ଟ୍ରାଫିକ୍ ଚାଲାଣ କଟିଛି କି? ମିଳିବ ୫୦ % ଡିସକାଉଣ୍ଟ

Bikash Mohanty
Browse all articles by Bikash Mohanty
·4 months ago·2 min read
ଟ୍ରାଫିକ୍ ଚାଲାଣ କଟିଛି କି? ମିଳିବ ୫୦ % ଡିସକାଉଣ୍ଟ
Vehicle

Key Points

ବକେୟା ଇ-ଚାଲାଣ ଜରିମାନା ପାଇଁ ନୂଆ ଯୋଜନା
ମିଳିବ ୫୦% ଛାଡ଼, ଜାରି ହେଲା ବିଜ୍ଞପ୍ତି

ବକେୟା ଇ-ଚାଲାଣ ଜରିମାନା ପାଇଁ ସରକାର ନୂଆ ଯୋଜନା ଆଣିଛନ୍ତି। ଆସନ୍ତା ୧୪ କାଲିଠାରୁ  ଆରମ୍ଭ ହେବାକୁ ଥିବା ୨୦୨୬ ମସିହାର ଜାତୀୟ ଲୋକ ଅଦାଲତରେ ନିୟମ ଉଲଂଘନକାରୀ ଜରିମାନାର ୫୦ ପ୍ରତିଶତ ପୈଠ କରି ସମ୍ପୂର୍ଣ୍ଣ ଜରିମାନାମୁକ୍ତ ହୋଇପାରିବେ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଲକ୍ଷଲକ୍ଷ ଇ-ଚାଲାଣ କଟାଯାଇଛି। ଏହି ଚାଲାଣରୁ କେତେକ ମାମଲାରେ କୋର୍ଟରେ ପ୍ରସିକ୍ୟୁସନ୍ ରିପୋର୍ଟ (ପିଆର‌) ଦାଖଲ ହୋଇଥିବା ବେଳେ କେତେକ ମାମଲାରେ ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ସରକାର ରାଷ୍ଟ୍ରୀୟ ଲୋକ ଆଦାଲତ ମାଧ୍ୟମରେ ଏହାର ସମାଧାନ କରିବାକୁ ନିଷ୍ପତ୍ତ ନେଇଛନ୍ତି। ତେବେ ଯେଉଁମାନଙ୍କ ବିରୋଧରେ ଚାଲାଣ ବକେୟା ରହିଛି ସେମାନେ ଲୋକ ଆଦାଲତ ମାଧ୍ୟମରେ ଅଧାରାଶି ପୈଠ କରି ସମ୍ପୂର୍ଣ୍ଣ ଜରିମାନାମୁକ୍ତ ହୋଇପାରିବେ। ଏଥିପାଇଁ ଲୋକ ଆଦାଲତରେ ଥିବା ସ୍ବତନ୍ତ୍ର କାଉଣ୍ଟର୍‌ରେ ଜରିମାନା ରଶି ଜମା କରିପାରିବେ କିମ୍ବା ଇ-ଚାଲାଣ ପୋର୍ଟାଲ୍ ମାଧ୍ୟମରେ ଜରିମାନା ରାଶି ଜମା କଲେ ତୁରନ୍ତ କୋର୍ଟ, ବାଣିଜ୍ୟ ବିଭାଗ ଓ ପୁଲିସକୁ ତଥ୍ୟ ପ୍ରଦାନ କରାଯିବା

ସାଧାରଣ ନିୟମ ଉଲଂଘନ ପାଇଁ ୫୦% ଜରିମାନା ଆଦାୟ କରାଯିବ। ବିନା ହେଲମେଟ୍‌ରେ ଗାଡ଼ି ଚଳାଇଲେ ୫୦୦ ଟଙ୍କା, ସିଟ୍ ବେଲ୍ଡ, ନ ପିନ୍ଧିଲେ ୫୦୦ ଟଙ୍କା, ମୋବାଇଲ୍ ବ୍ୟବହାର କରି ଗାଡ଼ିଚାଳନା ପାଇଁ ୧୦୦୦ ଟଙ୍କା, ଅତ୍ୟଧିକ ବେଗରେ ଗାଡ଼ି ଚଳାଇଲେ ୧୦୦୦ ଟଙ୍କା, ଅଧିକ ପରିବହନ ପାଇଁ ୫୦୦୦ ଟଙ୍କା, ନାଲିବତି ଉଲଂଘନ ପାଇଁ ୧୦୦୦ଟଙ୍କା, ବିନା ପଞ୍ଜୀକରଣ ନମ୍ବର ପାଇଁ ୨୦୦୦ଟଙ୍କା ଜରିମାନା ଦେବାକୁ ପଡ଼ିବା 

ସେପଟେ ରାଜଧାନୀରେ ସବୁ ସ୍ଥାନରେ ଲାଗିଲା ବୋଲାର୍ଡସ, ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ । ପୂର୍ବରୁ ଅମାନିଆମାନେ ବିଭିନ୍ନ ଛକରେ ରାସ୍ତାର ବାମ ପାର୍ଶ୍ୱରେ ଗାଡ଼ି ରଖୁଥିଲେ। ଫଳରେ ଆମ୍ବୁଲାନ୍ସ ଏବଂ ଅନ୍ୟ ଜରୁରିକାଳୀନ ସେବା ଯୋଗାଉଥିବା ଗାଡ଼ି ସହଜରେ ଯାଇପାରୁ ନ ଥିଲା। କିନ୍ତୁ ଏଥର ପୋଲିସ ଆକ୍ସନ ମୋଡକୁ ଆସିଛି। ରାସ୍ତାର ବାମ ପାର୍ଶ୍ୱକୁ ଫାଙ୍କା ରଖିବା ପାଇଁ ୨୦ଟି ଛକରେ ବୋଲାର୍ଡସ(ରୋଡ୍‌ ବ୍ୟାରିକେଡ୍‌) ଲଗାଇଛି। ଫଳରେ ବାମ ପାର୍ଶ୍ୱରେ କେହି ଗାଡ଼ି ରଖିବେ ନାହିଁ। ଯେଉଁମାନେ ଗାଡ଼ି ବାମପାର୍ଶ୍ୱରେ ରଖିବେ କିମ୍ବା ଏହାକୁ ଭାଙ୍ଗିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରାଫିକ ଡିସିପି ତପନ ମହାନ୍ତି କହିଛନ୍ତି। ଏହା କିଭଳି କାର୍ଯ୍ୟକାରୀ କରୁଛି ତାହାକୁ ଅନୁଧ୍ୟାନ କରିବା ପାଇଁ ଅତିରିକ୍ତ ପୋଲିସ କମିଶର, ଟ୍ରାଫିକ୍‌ ଡିସିପି ଏବଂ ଅନ୍ୟ ଷ୍ଟାଫ୍‌ ବିଭିନ୍ନ ଛକ ବୁଲି ଦେଖିଛନ୍ତି।

ଏଥିସହ ପଢ଼ନ୍ତୁ: ଟ୍ରାଫିକ୍‌ ଜାମ୍‌ ପାଇଁ ଦେଇପାରିଲେନି ମାଟ୍ରିକ୍ ପରୀକ୍ଷା, ଶେଷରେ ଜୀବନ ହାରିଦେଲେ ଛାତ୍ରୀ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Traffic challan | 50% Discount on Pending E-Challan Penalties – Government Issues New Scheme | Argus News