Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଧ୍ୟାହ୍ନ ଭୋଜନ ଖାଇ 50 ଜଣ ଛାତ୍ରଛାତ୍ରୀ ଅସୁସ୍ଥ

Odisha

ମଧ୍ୟାହ୍ନ ଭୋଜନ ଖାଇ 50 ଜଣ ଛାତ୍ରଛାତ୍ରୀ ଅସୁସ୍ଥ

Ritu Das
Browse all articles by Ritu Das
·1 year ago
ମଧ୍ୟାହ୍ନ ଭୋଜନ ଖାଇ 50 ଜଣ ଛାତ୍ରଛାତ୍ରୀ ଅସୁସ୍ଥ

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ  ଶିରାପୁର ସ୍ଥିତ ଉଦୟ ନାରାୟଣ ନୋଡାଲ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ଖାଇ ୨୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ମଧ୍ୟାହ୍ନରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ତରକାରୀ ଓ ଭାତ ଦିଆଯାଇଥିଲା। 

ଖାଇବା ପରେ କେତେଜଣ ପିଲାଙ୍କ ପେଟ କାଟିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ବାନ୍ତି ହୋଇ ଅସୁସ୍ଥ ହୋଇପଡିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଖାଦ୍ୟରେ ଝିଟିପିଟି ପଡ଼ି ଖାଦ୍ୟ ବିଷାକ୍ତ ହୋଇ ଥିବା ଜଣାପଡିଛି। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କମିଟି ମେମ୍ବର ମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ସେମାନେ  ପ୍ରାଥମିକ ଚିକିତ୍ସା କରାଯାଉଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
50 students | Argus News