Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଭାବଶାଳୀଙ୍କ ଘରକୁ ରାସ୍ତା କରିବା ପାଇଁ ୫୪ ଲକ୍ଷ ଟଙ୍କା ଖର୍ଚ୍ଚ

Odisha

ପ୍ରଭାବଶାଳୀଙ୍କ ଘରକୁ ରାସ୍ତା କରିବା ପାଇଁ ୫୪ ଲକ୍ଷ ଟଙ୍କା ଖର୍ଚ୍ଚ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପ୍ରଭାବଶାଳୀଙ୍କ ଘରକୁ ରାସ୍ତା କରିବା ପାଇଁ ୫୪ ଲକ୍ଷ ଟଙ୍କା ଖର୍ଚ୍ଚ

ଅର୍ଗସ ବ୍ୟୁରୋ:  ୨୦୨୦ ମସିହାରେ ପାଣିକୋଇଲିକୁ ଡିଏମଏଫରେ ସାମିଲ କରିଥିଲେ ପୂର୍ବ ବିଜେଡି ସରକାର l ଲୋକମାନଙ୍କ ମନରେ ଖୁସି ଭରି ଯାଇଥିଲା, ଏବେ ପାଣିକୋଇଲିର ବିକାଶ ହେବ l କିନ୍ତୁ ଡିଏମଏଫରେ ସାମିଲ କରିବା ପଛରେ ଲୁଚି ରହିଥିଲା ବିଜେଡି ନେତାଙ୍କ ଅସଲ ଚେହେରା l ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ସେତେବେଳର ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଖୁସି କରିବା ପାଇଁ ବିଜେଡିର ଜଣେ ପ୍ରଭାବଶାଳୀ ନେତାଙ୍କ ଘରକୁ ବ୍ଲକ ପ୍ରଶାସନ ଏହି ରାସ୍ତା ନିର୍ମାଣ କରିଥିବା ଆଲୋଚନା ହେଉଛି l ୫୪ ଲକ୍ଷ ଟଙ୍କା ଜିଲ୍ଲା ଖଣିଜ ପାଣ୍ଠିରୁ ବିଭିନ୍ନ ପ୍ରକଳ୍ପ ନାମରେ ଉଜାଡି ଦେଇଥିଲା ବ୍ଲକ ପ୍ରଶାସନ l ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଣିକୋଇଲିଠାରେ ନିର୍ମାଣ ହୋଇଛି ଏହି ରାସ୍ତା । କେଉଁ ସ୍ବାର୍ଥରେ ବିଜେଡିର ପ୍ରଭାବଶାଳୀ ନେତାଙ୍କ ଘରକୁ ଏହି ରାସ୍ତା ନିର୍ମାଣ କରିଛି ବ୍ଲକ ପ୍ରଶାସନ ? ପାଣିକୋଇଲି ପଞ୍ଚାୟତ ଅନେକ ମୁଖ୍ୟ ରାସ୍ତା ଏବେ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଥିବା ବେଳେ ଗୋଟିଏ ରାସ୍ତା ପାଇଁ କାହିଁକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ? ତାହା ଏବେ ବଡ ପ୍ରଶ୍ନ ।

ତଥ୍ୟ ଅନୁଯାୟୀ, ଏହି ରାସ୍ତାରେ ପ୍ରଶାସନ ପକ୍ଷରୁ ଅଗଷ୍ଟ ୨୦୨୧ରେ ଗ୍ରାମ୍ୟ ଉନ୍ନୟନ ରାସ୍ତାଠାରୁ ନୀଳମଣି ପରିଡା ରାସ୍ତା ନାମରେ ୧ ଲକ୍ଷ ୮୬ ହଜାର ୧୯୫ ଟଙ୍କା ଖର୍ଚ୍ଚ କରିଥିବା ବେଳେ ରାସ୍ତା ସହିତ ଡ୍ରେନ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ରାସ୍ତାଠାରୁ ସନ୍ତୋଷ ମହାନ୍ତି ଘର ନାମରେ ୨୦୨୨ରେ ଖର୍ଚ୍ଚ କରାଯାଇଛି ୪ ଲକ୍ଷ ୭୪ ହଜାର ୭୧୫ ଟଙ୍କା । ସେହିପରି ବ୍ଲକ ପ୍ରଶାସନ ଜିଲ୍ଲା ଖଣିଜ ପାଣ୍ଠିରୁ ୨୦୨୧ -୨୦୨୨ ଆର୍ଥିକ ବର୍ଷରେ ୩ଟି ଅଲଗା ଅଲଗା ପ୍ରକଳ୍ପ ନାମରେ ୨୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ୨୦୨୩-୨୦୨୪ ଆର୍ଥିକ ବର୍ଷରେ ପୁନଃ ଅଲଗା ଅଲଗା ପ୍ରକଳ୍ପ ନାମରେ ଏହି ରାସ୍ତା ପାଇଁ ୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଅନ୍ୟପକ୍ଷରେ ସରକାରୀ ନିୟମକୁ ଉଲ୍ଲଂଘନ କରାଯାଇ ୩୦ଫୁଟରୁ ଉର୍ଦ୍ଧ୍ବ ଚଉଡା ରାସ୍ତା କରାଯାଇଛି ।

ତେଣୁ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ଏହି ରାସ୍ତାରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ତଦନ୍ତ କରାଯିବ ଓ ଯେଉଁମାନେ ଏହି ଦୁର୍ନୀତିରେ ସାମିଲ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ । ଗୋଟିଏ ରାସ୍ତାକୁ ଏତେ ଟଙ୍କା ବ୍ୟୟରେ, କାହା ନିର୍ଦ୍ଦେଶରେ ଖର୍ଚ୍ଚ କରାଗଲା ? କୋରେଇ ବ୍ଲକର କେଉଁ କେଉଁ ଅଧିକାରୀ ଏହି ଦୁର୍ନୀତିରେ ସାମିଲ ଅଛନ୍ତି ? ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକ ଅଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Education Next Season 5
Sponsored
54 lakh rupees were spent on building roads for influential people | Argus News