Videos
|
Odisha

ନିର୍ବାଚନ ପୂର୍ବରୁ କାର୍ ରୁ ମିଳିଲା 55 ଲକ୍ଷ 20 ହଜାର ଟଙ୍କା

Smruti Parija
Browse all articles by Smruti Parija
·2 years ago
ନିର୍ବାଚନ ପୂର୍ବରୁ କାର୍ ରୁ ମିଳିଲା 55 ଲକ୍ଷ 20 ହଜାର ଟଙ୍କା

ସୁବର୍ଣ୍ଣପୁର: କାର୍ ରୁ ମିଳିଲା 55 ଲକ୍ଷ 20 ହଜାର ଟଙ୍କା । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଚେକିଙ୍ଗ ବେଳେ କଲେଜ ଛକ ନିକଟରୁ ଇନୋଭା କାରରୁ ଜବତ ହୋଇଛି 55ଲକ୍ଷ 20 ହଜାର ଟଙ୍କା । ସାଧାରଣ ନିର୍ବାଚନ ପୂର୍ବରୁ ବିନିକା ପୋଲିସ ସ୍ଥାନୀୟ କଲେଜ ଛକ ନିକଟରୁ ନାକା ବନ୍ଦୀ କାରି ଚେକିଂ କରୁଥିବେଳେ ସନ୍ଦେହରେ ଏକ ଇନୋଭା ଗାଡିକୁ ଅଟକାଇଥିଲା ।

ଗାଡ଼ିରେ 4 ଜଣ ବ୍ୟକ୍ତି ବସିଥିବାବେଳେ ଆନ୍ଧ୍ରପ୍ରଦେଶ କାକିନାଡ଼ା ଜିଲ୍ଲାକୁ ଯାଉଥିବା ସୂଚନା ମିଳିଛି । ତେବେ ସେହି ଗାଡ଼ିରୁ 55 ଲକ୍ଷ 20 ହଜାର ଟଙ୍କା ମିଳିଥିଲା । ଟଙ୍କା ଜବତ କରି ବ୍ୟାଙ୍କରେ ଜମା କଲା ବିନିକା ପୋଲିସ । ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ରହିଛି ।  

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
55 lakh 20 thousand rupees seized from a car before the election-at-subarnapur-binika | Argus News