5 kg LPG Cylinder / ରାଜ୍ୟର ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ୍, ପରିଚୟପତ୍ର ଦେଖାଇ ଛାତ୍ରଛାତ୍ରୀ ଓ ଶ୍ରମିକ ଏହାକୁ ନେଇପାରିବେ
·2 hours ago·2 min read

Key Points
ଏଣିକି ରାଜ୍ୟର ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ୍
ପରିଚୟପତ୍ର ଦେଖାଇ ଛାତ୍ରଛାତ୍ରୀ ଓ ଶ୍ରମିକଏହାକୁ ନେଇପାରିବେ
ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସୁଚନା

ଭୁବନେଶ୍ବର,୯/୪: ଏଣିକି ରାଜ୍ୟର ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ୍। ତୈଳ ବିତରଣ କମ୍ପାନିଙ୍କ ପେଟ୍ରୋଲ ପମ୍ପରେ ଏହା ଉପଲବ୍ଧ ହେବ। ଏବେ ବିଭିନ୍ନ ସ୍ଥାନରେ କ୍ୟାମ୍ପ ଜରିଆରେ ସିଲିଣ୍ଡର ଦିଆଯାଉଥିବା ବେଳେ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଏହି ପଦକ୍ଷେପ ନେବା ପାଇଁ ବିତରଣ କମ୍ପାନିମାନେ ରାଜି ହୋଇଛନ୍ତି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।
ଛାତ୍ରଛାତ୍ରୀ ଓ ଶ୍ରମିକମାନେ ନିଜର ପରିଚୟପତ୍ର ଦେଖାଇ ୫କେଜି ଗ୍ୟାସ୍ ସିଲିଣ୍ଡର ନେଇପାରିବେ ବୋଲି ସ୍ପଷ୍ଟ କରିଥିଲେ। କେନ୍ଦ୍ର ସରକାର ଏକ ଫ୍ରି ଟ୍ରେଡ୍ ଏଲ୍ପିଜି ବ୍ୟବସ୍ଥା କରିଛନ୍ତି। ସବୁ ସହରାଞ୍ଚଳ ଓ ଅଦ୍ଧ ସହରାଞ୍ଚଳରେ ପ୍ରବାସୀ ଭାରତୀୟଙ୍କୁ ଏହା ଉପଲବ୍ଧ ହେବ। ଆଇଓସିଏଲ୍, ବିପିସିଏଲ୍ ଓ ଏଚପିସିଏଲ କମ୍ପାନି ୫କେଜି ଗ୍ୟାସ ଉପଲବ୍ଧ କରିବେ।
ରାଜ୍ୟରେ ୫ କେଜି ଗ୍ୟାସ୍ ପ୍ରଚୁର ପରିମାଣରେ ଅଛି। ଛାତ୍ରଛାତ୍ରୀ ଓ ଶ୍ରମିକମାନେ ନିଜର ପରିଚୟପତ୍ର ଦେଖାଇ ଏହାକୁ ନେଇପାରିବେ | ୫ କେଜି ଗ୍ୟାସ୍ ସିଲିଣ୍ଡର କିଣିବା ପାଇଁ ୧୫୩୭ ଟଙ୍କା ପଡ଼ିବା ଏହାକୁ ରିଫିଲ୍ କରିବା ପାଇଁ ୫୯୩ଟଙ୍କା ଦେବାକୁ ହେବା ଯେଉଁ ଜନସାଧାରଣ ପୂର୍ବରୁ କମ୍ପାନିର ୫ କେଜି ଗ୍ୟାସ୍ ଫେରାଇ ନୂଆ ସିଲିଣ୍ଡର ନେଇପାରିବେ ମାତ୍ର ବଜାରରେ ବିକ୍ରି ହେଉଥିବା ଅନ୍ୟ କମ୍ପାନିର ସିଲିଣ୍ଡରରେ ଗ୍ୟାସ୍ ରିଫିଲ୍ ହୋଇପାରିବ ନାହିଁ। ରାଜ୍ୟରେ ଗ୍ୟାସ୍ କଳାବଜାରୀ ପାଇଁ ଜୋରଦାର ଚଢ଼ାଉ ଚାଲିଛି। ପ୍ରାୟ ୫ହଜାର ସିଲିଣ୍ଡର ଜବତ କରାଯାଇଛି। ଯେଉଁ ଲାଇସେନ୍ସପ୍ରାପ୍ତ ଗ୍ୟାସ୍ ଏଜେନ୍ସି କଳାବଜାରୀରେ ସାମିଲ ଥିବା ଜଣାପଡ଼ିବ ତାଙ୍କର ଲାଇସେନ୍ସ ବାତିଲ କରାଯିବା
ପଢନ୍ତୁ ଏହି ଖବର:ଏବେ ପେଟ୍ରୋଲ ପମ୍ପରେ ବିକ୍ରି ହେବ କିରୋସିନ, ନିୟମ କୋହଳ କଲେ କେନ୍ଦ୍ର ସରକାର
ଅପରପକ୍ଷରେ ରାଜ୍ୟରେ ଧାନ କିଣାକୁ ନେଇ ଶ୍ରୀ ପାତ୍ର କହିଛନ୍ତି ଯେ ଧାନ କିଣା ପାଇଁ ବୃଦ୍ଧି ହୋଇଥିବା ଅବଧି ଗତକାଲି ଶେଷ ହୋଇଛି। ଖରିଫ୍ ଋତୁରେ ସମୁଦାୟ ୭୭ଲକ୍ଷ ୭୯ହଜାର ମେଟ୍ରିକ ଟନ୍ ଧାନ କିଣାଯାଇଛି। ୧୮ଲକ୍ଷ ୮୫ଲକ୍ଷ ଚାଷୀ ନିଜର ଧାନ ବିକ୍ରି କରିଛନ୍ତି ଓ ୨୪ହଜାର ୧୧୪ ଟଙ୍କା ଚାଷୀଙ୍କ ଖାତାକୁ ଦିଆଯାଇଛି | ଧାନ କିଣାରେ ଚଳିତବର୍ଷ ସର୍ବକାଳୀନ ରେକର୍ଡ ହୋଇଛି । ରାଜ୍ୟ ସରକାର ସବୁ ଚାଷୀଙ୍କ ଧାନ କିଣିଛନ୍ତି। ଗତକାଲି ରାତି ୧୨ଟା ପର୍ଯ୍ୟନ୍ତ ଚାଷୀଙ୍କ ଚକ୍ଷୁ ସ୍କାନ୍ କରାଯାଇ ସେମାନଙ୍କ ଧାନ କିଣାଯାଇଥିବା ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
ପୁର୍ବରୁ କେନ୍ଦ୍ର ସରକାର ଘରକୁ କିରୋସିନି ଯୋଗାଣକୁ ସହଜ କରିବା ପାଇଁ ପେଟ୍ରୋଲିୟମ ସୁରକ୍ଷା ଏବଂ ଲାଇସେନ୍ସ ନିୟମକୁ ଅସ୍ଥାୟୀ ଭାବରେ କୋହଳ କରିଥିଲେ।। କେନ୍ଦ୍ର ସରକାରଙ୍କ ଦ୍ୱାରା ୨୯ ମାର୍ଚ୍ଚରେ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶ ସମେତ ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସରକାରୀ ରାସନ ଦୋକାନ ମାଧ୍ୟମରେ ୬୦ ଦିନ ପାଇଁ ସୁପିରିଅର୍ କିରୋସିନ୍ ତେଲ (SKO)ର ଆଡ-ହକ୍ ଯୋଗାଣକୁ ଅନୁମତି ଦେଇଥିଲେ । ଯାହା ଦ୍ୱାରା ଜନସାଧାରଣ ଇନ୍ଧନ ଅଭାବର ସମ୍ମୁଖୀନ ନ ହୁଅନ୍ତି ସେ ନେଇ ନିଷ୍ପତି ନେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories