Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

5T - `ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ନାଁରେ ମହାଘୋଟାଲା !

Ritu Das
Browse all articles by Ritu Das
·1 year ago·2 min read
5T - `ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ନାଁରେ ମହାଘୋଟାଲା !

ଅର୍ଗସ ବ୍ୟୁରୋ: 24 ମହାଲଢ଼େଇ ପୂର୍ବରୁ ବଡ଼ ଯୋଜନାର ଘୋଷଣା କରିଥିଲେ ବିଜେଡି ସରକାର। କହିଥିଲେ 5T ଅଧୀନସ୍ଥ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ରାଜ୍ୟର ଗ୍ରାମାଞ୍ଚଳରେ ଦୌଡ଼ିବ ବିକାଶ। ପ୍ରତି ପଞ୍ଚାୟତକୁ 50 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଯାଇଥିବା କୁହାଗଲା। ବିଭିନ୍ନ ପ୍ରକଳ୍ପରେ କାମ ପାଇଁ ଗାଁ ଗାଁରେ ଫଳକ ଲାଗିଲା। କିନ୍ତୁ ସାରା ରାଜ୍ୟରୁ ଆସିଲା ମାଳ ମାଳ ଅଭିଯୋଗ। କେଉଁଠି ଅଧା କାମ, କେଉଁଠି ପୁରୁଣା କାମ ନାଁରେ ବିଲ୍ ଆଉ କେଉଁଠି ଆଦୌ କାମ ନ ହୋଇ ବି ବିଲ୍ ଉଠିଲା । ଏବେ ସରକାର ବଦଳିବା ଏହି ଯୋଜନାର ସତ ଆସୁଛି ସାମ୍ନାକୁ। ଶୁଣନ୍ତୁ କଣ କହୁଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।

ଗଞ୍ଜାମ ଖଲ୍ଳିକୋଟ ଚିକିଲି ପଞ୍ଚାୟତର ଗୋପପୁର । ଏଠି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ସାଢ଼େ 7 ଲକ୍ଷ ଟଙ୍କାର ଅଟକଳ ହୋଇଥିଲା । କିନ୍ତୁ କାମ ଆରମ୍ଭ ହେଲାନାହିଁ । ସେମିତି ଡିମିରିଆ ପଞ୍ଚାୟତର ମାଆ ଦୁର୍ଗା ମନ୍ଦିର ପାଖରେ ରୋଷେଇ ଘର ପାଇଁ ଅଢ଼େଇ ଓ ସାକିରି ଗାଁରେ ଗୋଷ୍ଠୀ କେନ୍ଦ୍ର ପାଇଁ 5 ଲକ୍ଷ ଟଙ୍କା ଅଟକଳ ହୋଇଥିଲା । ଏଠି କାମ ଅଧାପନ୍ତରିଆ ହୋଇ ପଡ଼ିଛି । ମୟୂରଭଞ୍ଜ ଜିଲ୍ଲାର ୪୦୪ ପଞ୍ଚାୟତକୁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଦିଆଗଲା ଅନୁଦାନ ରାଶି । ଅନେକ ସ୍ଥାନରେ କେବଳ ଫଳକ ହିଁ ଲାଗିଲା। 

ବିଜେଡି ସରକାରରେ ଶୂନ୍ୟେ ଶୂନ୍ୟେ ଚାଲିଥିଲା ସବୁକିଛି । କାର୍ଯ୍ୟାଦେଶ ନେଇ ବିଭାଗୀୟ ସଚିବ କିଛି ଜାଣୁ ନଥିଲେ । କିଛି ଯୋଜନା ନଥିଲା, ଜେଇ ମାନଙ୍କ ନାଁରେ କାର୍ଯ୍ୟାଦେଶ ଆସୁଥିଲା। କାର୍ଯ୍ୟକାରୀ କରୁଥିଲେ ବ୍ଲକ୍ ଓ DRDA. ମନିଟରିଂ କରୁଥିଲା ତୃତୀୟ ମହଲା। ପ୍ରତି ପଞ୍ଚାୟତକୁ 50 ଲକ୍ଷ ଟଙ୍କା ହିସାବରେ ବଣ୍ଟାଗଲା। ଅଭିଯୋଗ ଇଏ ବିକାଶ ମୂଳକ କାମ ନୁହେଁ ନିର୍ବାଚନ ପୂର୍ବରୁ ଇଏ ଥିଲା ବିଜେଡି ନେତା ଓ କର୍ମୀଙ୍କ ପାଇଁ ଭୋଜିଭାତ ଓ ଭେଟି। ଭାବିଥିଲେ ପୁଣି ଆସିବ ସରକାର। ଆଉ କିଏ କେତେ ଖାଇଲା କିଛି ଜଣାପଡ଼ିବନି। ସବୁକିଛି ହୋଇଯିବ ରଫାଦଫା। କିନ୍ତୁ ନିର୍ବାଚନରେ ଅଙ୍କ ବିଗିଡ଼ିଯିବା ପରେ ଘୋଟାଲାକାରୀଙ୍କ ଉପରେ ବାଜିବ ରବି ନାଏକଙ୍କ ଛାଟ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 24 ମହାଲଢ଼େଇରେ ବଡ଼ ପ୍ରସଙ୍ଗ ପାଲଟିଥିଲା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଘୋଟାଲା। ଗାଁ ଗାଁରେ ବିଜେଡି ମହାଦୁର୍ନୀତିର ପ୍ରଭାବ ପଡ଼ିଲା। ଆଉ ଲୋକସଭାରୁ ସଫା ହୋଇଯିବା ସହ ରାଜ୍ୟରେ କ୍ଷମତାଚ୍ୟୁତ ହେଲା ନବୀନଙ୍କ ଦଳ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
5T - Big scam | Argus News