Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୁଁ କିଛି ନୁହେଁ କହି ସବୁ କରୁଛନ୍ତି କି ପାଣ୍ଡିଆନ

Odisha

ମୁଁ କିଛି ନୁହେଁ କହି ସବୁ କରୁଛନ୍ତି କି ପାଣ୍ଡିଆନ

Smruti Parija
Browse all articles by Smruti Parija
·2 years ago·2 min read
ମୁଁ କିଛି ନୁହେଁ କହି ସବୁ କରୁଛନ୍ତି କି ପାଣ୍ଡିଆନ

Key Points

- ରାଜକୋଷରୁ ଲୁଟ୍ ଅଭିଯୋଗରେ ଲୋକେ କରିବେ କି ପ୍ରତ୍ୟାଖାନ
- ସେଇ ଡରରେ ବ୍ୟାକ ଡୋରରେ ସରକାରଙ୍କୁ କଣ୍ଟ୍ରୋଲ କରୁଛନ୍ତି କି ପାଣ୍ଡିଆନ୍ 
- ସିଏମଙ୍କ ଖୋଳପାରେ ରହି କାମ କରୁଛନ୍ତି କି ?
- ମୁଁ କିଛି ନୁହେଁ କହି ସବୁ କରୁଛନ୍ତି କି ପାଣ୍ଡିଆନ 

ଅର୍ଗସ ବ୍ୟୁରୋ: ୨୦୨୪ରେ ବିଜେଡ଼ି ପ୍ରଚାର ପାଇଁ ବଡ ଟ୍ରମ୍ପ କାର୍ଡ ଥିଲା 5T । ଇସିଆଇଙ୍କ ଛାଟ ପରେ 5T ଏବେ MISSING । ୧୬ ମାର୍ଚ୍ଚରୁ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ସତ୍ତ୍ଵେ ସିଏମଙ୍କ କାର୍ଯ୍ୟାଳୟରେ ଅଫିସର ତାଲିକାରେ ନମ୍ବର ୱାନ ଥିଲେ ବାବୁ ପାଣ୍ଡିଆନ । ବିଜେଡିର ସବୁ ଦଳୀୟ କାମ ସହ ସରକାରୀ କାମ ବି କରୁଥିଲେ । ତେବେ ଏ ନେଇ ଏପ୍ରିଲ ୪ରେ ନିର୍ବାଚନ କମିଶନରେ ଅଭିଯୋଗ କରିଥିଲା ବିଜେପି । ଆଉ ଇସିଆଇଙ୍କ ନିର୍ଦ୍ଦେଶ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ସବୁ ସରକାରୀ ୱେବସାଇଟରୁ 5Tଙ୍କୁ ହଟାଇଥିଲେ ରାଜ୍ୟ ସରକାର । 

ଆଉ ଏବେ ପୁଣି 5Tକୁ ଟାର୍ଗେଟ କରିଛି ବିଜେପି । ଭି.କେ. ପାଣ୍ଡିଆନଙ୍କ ପଲିଟିକାଲ ଲଞ୍ଚିଂ ପାଇଁ 5T ଆରମ୍ଭ କରିଥିଲେ ବିଜେଡ଼ି ସରକାର । 5T ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ 500 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । 5T ପ୍ରଚାର ପାଇଁ ଖର୍ଚ୍ଚ ହୋଇଥିବା 500 କୋଟି ଟଙ୍କା ବିଜେଡିର ନିର୍ବାଚନୀ ଖର୍ଚ୍ଚରେ ସାମିଲ କରାଯାଉ । ଆଉ ବିଜେଡ଼ି ଠାରୁ ଏହି 500 କୋଟି ଟଙ୍କା ଆଦାୟ କରି ରାଜ୍ୟ ରାଜକୋଷକୁ ଦିଆଯାଉ ଦାବି କରିଛି ବିଜେପି । ସେହିପରି 5T ନାଁରେ ପାଖାପାଖି 40 ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହାର ମଧ୍ୟ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଦାବି କରିଛି ଦଳ । 

କେବଳ ଏତିକି ନୁହେଁ, 5T ମାଧ୍ୟମରେ ସମସ୍ତ ନିର୍ବାଚିତ ଜନ ପ୍ରତିନିଧିଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରାଯାଉଥିଲା । ତେଣୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ କ୍ଷମା ମାଗନ୍ତୁ । ଏହାସହ 5T ନାଁରେ ଓଡ଼ିଆ ଅସ୍ମିତାକୁ ଦଳି ମକଚି ଦିଆଯାଇଥିଲା । ବିଜେଡ଼ି ଏହା କରିଥିବାରୁ ରାଜ୍ୟବାସୀଙ୍କୁ କ୍ଷମା ମାଗୁ ବୋଲି ବିଜେପିର ଦାବି । ଏହାସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବେ ଓଏସଡି ଦାୟିତ୍ଵରେ ଥିବା ଅବସରପ୍ରାପ୍ତ ଓଏଏସ ଅଧିକାରୀ ଗୋପବନ୍ଧୁ ଦାସଙ୍କ ନାଁରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ସତ୍ତ୍ଵେ ସେ ବିଜେଡ଼ି ପାଇଁ ଗତ ପଞ୍ଚାୟତ ନିର୍ବାଚନରେ ପ୍ରଚାର କରିଥିଲେ । ତେଣୁ ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହିପାରିବେ କି ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୋପବନ୍ଧୁ ଦାସଙ୍କ ବହିଷ୍କାର କରାଯାଉ ବୋଲି ଦାବି କରିଛି ବିଜେପି । ଯଦି ତାଙ୍କୁ ହଟା ନଯାଏ ତେବେ ସିଇଓଙ୍କ ପାଖକୁ ଯିବ ଚେତାବନୀ ଦେଇଛି ବିଜେପି । ଏସବୁ ପ୍ରମାଣିତ ହେଉଛି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିଜେଡିର ରାଜନୈତିକ ଫାଇଦା ପାଇଁ କାମ କରୁଥିଲା । ଯାହାକି ଆଦର୍ଶ ଆଚରଣ ବିଧିର ଉଲଂଘନ । ତେଣୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବା ଉଚିତ୍ ନୁହେଁ ବୋଲି କହିଛି ବିଜେପି ।

5T ପଦ ଗଲା ପରେ ବି କମିଛି କି ପାଣ୍ଡିଆନଙ୍କ ପାୱାର ? କିଛି ଦିନ ପୂର୍ବରୁ ବସ ଦୁର୍ଘଟଣା ଆହତଙ୍କୁ ଭେଟିବାକୁ ଅଫିସର ମାନଙ୍କ ସହ ଏସସିବି ମେଡିକାଲ ଯାଇଥିଲେ ପାଣ୍ଡିଆନ । ତେଣୁ ରାଜ୍ୟ ରାଜକୋଷ ଲୁଟ ଅଭିଯୋଗରେ ଲୋକ ପ୍ରତ୍ୟାଖାନ କରିବାର ଭୟ ବିଜେଡିକୁ ଘାରିନି ତ ? ଯେଉଁଥିପାଇଁ ପରଦା ପଛରୁ ସବୁ କଣ୍ଟୋଲ କରୁଛନ୍ତି କି ପାଣ୍ଡିଆନ ?

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
5t-big-trump-card-for-bjd-to-contest-in-2024 | Argus News