Videos
|
Odisha

ଅଦିନିଆ ବର୍ଷା ପାଣିରେ ଉବୁଡୁବୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·2 years ago
ଅଦିନିଆ ବର୍ଷା ପାଣିରେ ଉବୁଡୁବୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସିଲା 5T ଆମ ହସ୍ପିଟାଲରୁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର । ଅଦିନିଆ ବର୍ଷା ପାଣିରେ ଉବୁଡୁବୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଉଦଘାଟନକୁ କେଇଟା ମାସ ନପୁରୁଣୁ ଜଳାର୍ଣ୍ଣବ ଅତ୍ୟାଧୁନିକ ହସ୍ପିଟାଲ । ପୋଲସରା ଅଞ୍ଚଳରେ ଗତକାଲି ପ୍ରବଳ ବର୍ଷା ହୋଇଥିଲା । ଫଳରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି । ମେଡିକାଲର ରୋଗୀଶଯ୍ୟା କକ୍ଷ ଓ ଡ୍ରେସିଂ ରୁମ୍ ସହ ପ୍ରତୀକ୍ଷା କକ୍ଷରେ ପାଣି ଲହଡି ଭାଙ୍ଗୁଛି । ଫଳରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ମେଡିକାଲର ଉନ୍ନତିକରଣ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ନାହିଁ ସୁଧାର, ହନ୍ତସନ୍ତ ରୋଗୀ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5T came up with a picture of the healthcare system from our hospital | Argus News