5T ନାଁରେ ଉପାନ୍ତକୁ ରଙ୍ଗ ଧୋକା
·2 years ago·1 min read

ଅର୍ଗସ ବ୍ୟୁରୋ: ସୁବର୍ଣ୍ଣପୁର ସୋନପୁର ନିର୍ବାଚନ ମଣ୍ଡଳୀର ଖଳିଆପାଲି ଆଶ୍ରମ ଉଚ୍ଚ ବିଦ୍ୟାଳୟ । ବିଦ୍ୟାଳୟରେ ୧୧୫ ଜଣ ଛାତ୍ରଛାତ୍ରୀ ଥିବାବେଳେ ଅଛନ୍ତି ମାତ୍ର ଦୁଇଜଣ ଶିକ୍ଷକ । ପ୍ରଧାନ ଶିକ୍ଷକ ଅଫିସ କାମରେ ବ୍ୟସ୍ତ ରହୁଥିବାରୁ ଗୋଟିଏ ଶିକ୍ଷକରେ ହେଉଛି ଶିକ୍ଷାଦାନ । ଫଳରେ ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । 5ଟି ନାରେ ବିଦ୍ୟାଳୟର ରୁପରେଖର ପରିବର୍ତ୍ତନ କରାଗଲା। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସ୍କୁଲକୁ ଚିତ୍ରବିଚିତ୍ର କରାଗଲା। କିନ୍ତୁ ଶିକ୍ଷାଦାନ ପାଇଁ ଶିକ୍ଷକ ନିଯୁକ୍ତି କରିବା କଥା ଭୁଲିଗଲା ବିଭାଗ। ଫଳରେ ଚକାଚକ ବିଦ୍ୟାଳୟ ମଧ୍ୟରେ ପାଠପଢିବା ପାଇଁ କରିବାକୁ ପଡୁଛି ସଂଗ୍ରାମ। ବିଦ୍ୟାଳୟର ଭିତ୍ତିଭୂମି ସଜାଡା ଯେତିକି ଜରୁରି ତା ଠାରୁ ଅଧିକ ଜରୁରୀ ଶିକ୍ଷକ ନିଯୁକ୍ତି। ବିନା ଶିକ୍ଷକରେ କେମିତି ହେବ ଶିକ୍ଷାଦାନ । ତେଣୁ ଏହି ସ୍କୁଲର ସମସ୍ୟା ପ୍ରତି ଗୁରୁତ୍ତ୍ବ ଦେଇ ତୁରନ୍ତ ଶିକ୍ଷକ ନିଯୁକ୍ତିର ଆବସ୍ୟକତା ଅଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: