Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

5T ସ୍କୁଲ ଛାତରୁ ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ ଛାତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
5T ସ୍କୁଲ ଛାତରୁ ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ ଛାତ୍ରୀ

ଅର୍ଗସ ବ୍ୟୁରୋ: 5ଟି ସ୍କୁଲ ଛାତରୁ ଖସିଲା ସିଲିଂ। ଅଳ୍ପକେ ବର୍ତ୍ତିଲେ ଛାତ୍ରୀ। ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ମଲ୍ଲିଆଶୁଣି ସରକାରୀ ହାଇସ୍କୁଲରୁ। ଯେଉଁଠି ନିର୍ମିତ 5 ଟି ସ୍କୁଲର ଛାତର ସିଲିଂ ଖସିପଡ଼ିଥିଲା। ତେବେ ଦଶମ ଶ୍ରେଣୀର ଦୁଇ ଜଣ ଛାତ୍ରୀ ଅଳ୍ପକେ ବଡ଼ ବିପତ୍ତିରୁ ରକ୍ଷା ପାଇଯାଇଛନ୍ତି। ନିମ୍ନ ମାନର କାମ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଦ୍ୟାଳୟ କମିଟି, ଅଭିଭାବକ, ଶିକ୍ଷୟତ୍ରୀ ଓ ଗ୍ରାମବାସୀ। ନିମ୍ନ ମାନର କାମ ସମ୍ପର୍କରେ ପୂର୍ବରୁ ପ୍ରଶାସନକୁ ବାରମ୍ବାର ଏ ସମ୍ପର୍କରେ ଜଣାଯାଇଥିଲା। କିନ୍ତୁ ବ୍ଲକ୍ ପ୍ରଶାସନ ଏଥିପାଇଁ କୌଣସି ପଦକ୍ଷେପ ନେଇନାହିଁ। 

ଏଘଟଣା ପରେ ଅଭିଭାବକ ମହଲରେ ଚିନ୍ତା ବିଷୟ ପାଲଟିଛି। ଅଭିଯୋଗ କରିଛନ୍ତି କି 5T ନାମରେ ଲୋକଙ୍କୁ ଭୁଆଁ ବୁଲାଉଥିଲେ ବିଜେଡି ସରକାର। ନିମ୍ନମାନର କାମ କରି ପିଲାମାନଙ୍କ ଭବିଷ୍ୟତ ଅନ୍ଧାରକୁ ନିଆଯାଉଥିଲା। ଯଦି ସିଲିଂ ପଡି ଛାତ୍ରୀଙ୍କର କିଛି ହୋଇଯାଇଥାନ୍ତି, ତେବେ ଦାୟୀ କିଏ ରହିଥାନ୍ତି ବୋଲି ପ୍ରଶ୍ନ ଉଠୁଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5T school ceiling fell from the roof, students were well | Argus News