Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିନା ଶିକ୍ଷକରେ ଚାଲିଛି 5T ସ୍କୁଲ

Odisha

ବିନା ଶିକ୍ଷକରେ ଚାଲିଛି 5T ସ୍କୁଲ

Ritu Das
Browse all articles by Ritu Das
·1 year ago·2 min read
ବିନା ଶିକ୍ଷକରେ ଚାଲିଛି 5T ସ୍କୁଲ

ଅର୍ଗସ ବ୍ୟୁରୋ: ବିନା ଶିକ୍ଷକରେ ଚାଲିଛି 5T ସ୍କୁଲ,ମୁଣ୍ଡ ଉପରେ  ପରିକ୍ଷା ଥିବାରୁ କେମିତି ପରୀକ୍ଷା ଦେବେ ସେହି ଚିନ୍ତାରେ ୩୦୦ରୁ ଅଧିକ ଛାତ୍ର ଛାତ୍ରୀ। ଶିକ୍ଷା ବ୍ୟବସ୍ଥାର ସୁଧାର ଆଣିବା ପାଇଁ ପୂର୍ବ ସରକାର  ସ୍କୁଲ ଗୁଡିକୁ 5T ରେ ରୂପାନ୍ତରୀକରଣ କରିଥିଲେ। ସେଥି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ମାତ୍ର ଶିକ୍ଷା ଦାନ କରିବା ପାଇଁ ଶିକ୍ଷକ ନ ଥିବାରୁ ଚିନ୍ତାରେ ପଡୁଛନ୍ତି ଛାତ୍ର ଛାତ୍ରୀ। ଉପରକୁ ଚକଚକ କରୁଥିବା ଏମିତି ଏକ ଫାଇଭ-ଟି ସ୍କୁଲ ହେଉଛି ବାଲେଶ୍ୱର ରୁପସା ସ୍ଥିତ କଷିପଦା ପଞ୍ଚାୟତ ହାଇସ୍କୁଲ। 

ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରୁପସା  ସ୍ଥିତ କସିପଦା ପଞ୍ଚାୟତ ହାଇସ୍କୁଲ,ଏହି ସ୍କୁଲରେ ୩ ଶହରୁ ଅଧିକ  ପିଲା ଅଧ୍ୟୟନ କରିଥାନ୍ତି। ପୂର୍ବ ସରକାର ଏହି ସ୍କୁଲକୁ ୨୦୨୩ ମସିହାରେ ଫାଇଭ-ଟିରେ ସାମିଲ କରି ଏହାର ଭିତ୍ତିଭୂମି  ବିକାଶ ପାଇଁ ପାଖାପାଖି ୧ କୋଟି ୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଯେଉଁଥିରେ ୨ ଟି ବିଲ୍ଡିଂ, ବିଜ୍ଞାନ ପରୀକ୍ଷାଗାର, ସ୍ମାର୍ଟ କ୍ଲାସରୁମ, କମ୍ପ୍ୟୁଟରରୁମ, କମନରୁମ, ଶୌଚାଳୟ ସମେତ ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟ କରାଯାଇଛି। 
ସ୍କୁଲର ପରିବେଶ ବଦଳିଗଲା ସତ କିନ୍ତୁ ଶିକ୍ଷାଦାନ କରିବା ପାଇଁ ଶିକ୍ଷକ ପଦବୀ ପୂରଣ ହୋଇ ପାରିନାହିଁ। ଯାହା ଫଳରେ ପାଠ ପଢାଇବା ପାଇଁ ଜଣେ ହେଲେ ଶିକ୍ଷକ ନାହାନ୍ତି। ସ୍କୁଲରେ ଥିବା ସମସ୍ତ ଶିକ୍ଷକ ଗତ ୨୦୨୩ ମସିହା ଜୁନ ମାସରୁ ଅବସର ନେଇ ସାରିଛନ୍ତି।

ଯାହା ଫଳରେ ବିନା ଶିକ୍ଷକରେ ଚାଲିଛି ଏହି ଉଚ୍ଚ ବିଦ୍ୟାଳୟ। ଛାତ୍ରଛାତ୍ରୀ ମାନେ ଆସୁଛନ୍ତି ସତ କିନ୍ତୁ ଶିକ୍ଷକ ନଥିବାରୁ ବସି ବସି ଘରକୁ ଫେରୁଛନ୍ତି। ଆଗକୁ ପରୀକ୍ଷା ଥିବାରୁ କେମିତି ପରୀକ୍ଷା ଦେବେ ସେହି ଚିନ୍ତାରେ ଛାତ୍ର ଛାତ୍ରୀ। ସ୍କୁଲର ଏପରି ଅବସ୍ଥା ଦେଖି ୨ ଜଣ ପୂର୍ବତନ ଛାତ୍ରୀ କ୍ଷଣପ୍ରଭା ମହାପାତ୍ର, ସଶ୍ମିତା ପ୍ରଧାନ ପାଠ ପଢାଉଛନ୍ତି। ଏନେଇ ଅବିଭାବକ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ବାରମ୍ବାର ଦାବି କରୁଥିରେ ମଧ୍ୟ କେହି ଶୁଣୁ ନାହାନ୍ତି। ପିଲାମାନଙ୍କ ଭବିଷ୍ୟତ ପାଇଁ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ନିବେଦନ କରିଛନ୍ତି ପୁରାତନ ଛାତ୍ରୀ ତଥା ଅସ୍ଥାୟୀ ଶିକ୍ଷକ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଫାଇଭ-ଟି ମାଧ୍ୟମରେ ବିଦ୍ୟାଳୟର ଭିତ୍ତିଭୂମି ପରିବର୍ତ୍ତନ କରିବା ସରକାରଙ୍କ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ଶିକ୍ଷାର ମାନ ବଦଳି ଯିବ କିନ୍ତୁ ଶିକ୍ଷା ବଦଳି ଯିବନି। ଏଥିପାଇଁ ଅଭିଜ୍ଞ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ତେଣୁ ବିଦ୍ୟାଳୟ ମାନଙ୍କୁ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହୋଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
5T school is | Argus News