Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାମ୍ନାକୁ ଆସିଲା 5T ସ୍କୁଲ୍ ରୂପାନ୍ତରଣର ଅସଲ ଚିତ୍ର 

Smruti Parija
Browse all articles by Smruti Parija
·1 year ago·1 min read
ସାମ୍ନାକୁ ଆସିଲା 5T ସ୍କୁଲ୍ ରୂପାନ୍ତରଣର ଅସଲ ଚିତ୍ର 

ପୁରୀ:  ଉପରୁ ଚକାଚକ୍, ଭିତରୁ ଫମ୍ପା । ସାମ୍ନାକୁ ଆସିଲା 5T ସ୍କୁଲ୍ ରୂପାନ୍ତରଣର ଅସଲ ଚିତ୍ର । ବର୍ଷାରେ ଭୁଶୁଡି ପଡିଲା 5T ସ୍କୁଲ ପାଚେରୀ । ଭାଙ୍ଗିଲା ମହାପୁରୁଷଙ୍କ ପ୍ରତିମୂର୍ତ୍ତି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ‌ରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ଧାନକେରା ସ୍ଥିତ କପିଳେଶ୍ଵର ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଫାଇଭ୍-ଟି ଯୋଜନାରେ ସାମିଲ୍ କରାଯାଇ ଲକ୍ଷାଧିକ ଟଙ୍କା ବ୍ୟୟରେ ୨୦୨୨ ମସିହାରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର କାମକୁ ୨ ବର୍ଷ ବିତିନ‌ଥିବାବେଳେ ଗତକାଲି ବର୍ଷାରେ ଏହି ସ୍ମାର୍ଟ ସ୍କୁଲର ୮୦ ଫୁଟ ଲମ୍ବା ପାଚେରୀ ଭୁଶୁଡ଼ି ପଡ଼ିଛି । 

ଏଥିସହ ନିକଟରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉପରେ ପାଚେରୀ ପଡ଼ିଯିବାରୁ ପ୍ରତିମୂର୍ତ୍ତି ଭାଙ୍ଗି ତଳେ ପଡିଛି । ବିଦ୍ୟାଳୟ ରୂପାନ୍ତରଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସତ୍ତ୍ବେ ବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମ କାନ୍ଥରୁ ପାଣି ଝରୁଛି । ଫଳରେ ସ୍ମାର୍ଟ କ୍ଲାସରୁମ‌ରେ ଥିବା କମ୍ପ୍ୟୁଟର, ପ୍ଲାଇରେ ନିର୍ମିତ ଥାକ, ଚୌକି, ଟେବୁଲ ସହ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ନଷ୍ଟ ହେବାର ଆଶଙ୍କା ରହିଛି । ସେହିପରି ରୋଷଘରେ ପୂର୍ବରୁ ଥିବା ଆଜବେଷ୍ଟସ୍ ନ କାଢ଼ି ତା ଉପରେ ଛାତ ପକାଯାଇଛି । 

୬ ମାସ ହେଲା ଜଣେ ସ୍ଥାୟୀ ପ୍ରଧାନଶିକ୍ଷକ ନଥିବାବେଳେ ସହକାରୀ ଶିକ୍ଷକ ଦୁର୍ଗାପ୍ରସାଦ ରଥ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ଦାୟିତ୍ଵ ତୁଲାଉଛନ୍ତି । ବିଦ୍ୟାଳୟର ଉନ୍ନତିକରଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏହାର ତଦନ୍ତ ପାଇଁ ଦାବି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
5t-school-wall-collapsed-in-heavy-rain-at-pipili-puri | Argus News