Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାଁକୁ ଖାଲି 5ଟି ସ୍କୁଲ, ମଧ୍ୟାହ୍ନ ଭୋଜନରେ ପିଲା ଖାଉଛନ୍ତି ପଖାଳ ଭାତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନାଁକୁ ଖାଲି 5ଟି ସ୍କୁଲ,  ମଧ୍ୟାହ୍ନ ଭୋଜନରେ ପିଲା ଖାଉଛନ୍ତି ପଖାଳ ଭାତ

ଅର୍ଗସ ବ୍ୟୁରୋ: କଥା ବଡ଼ ବଡ଼ ହେଲେ କାମରେ ଫୁସ୍। ନାଁକୁ ଖାଲି 5ଟି ସ୍କୁଲ ହେଲେ ମଧ୍ୟାହ୍ନ ଭୋଜନରେ ପିଲା ଖାଉଛନ୍ତି ପଖାଳ ଭାତ। ଫାଇଭ୍‌-ଟି ସ୍କୁଲରେ ବଡ଼ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପଖାଳ ଆଳୁଭଜା ଖାଇଲେ ଛାତ୍ରୀ । ମାଣବସା ଗୁରୁବାର ପାଇଁ ରୋଷେୟା, ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିବା ବେଳେ ଛାତ୍ରୀମାନେ ନିଜେ ବାଢ଼ି ଖାଇଲେ ଓ ବାସନ ସଫା କଲେ ।

ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ଚତର ଠାରେ ଥିବା ଉମାଅର୍ଜ୍ଜୁନ ବାଳିକା ଉଚ୍ଚ ବିଦ୍ୟାଳୟରେ । ସମୁଦାୟ ୭ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଅନୁପସ୍ଥିତ ଅଛନ୍ତି ୪ ଜଣ। ଦୁଇ ଜଣ ମାଣବସା ଗୁରୁବାର ଓଷା ପାଇଁ ଛୁଟି ନେଇଥିବା ବେଳେ ଦୁଇ ଜଣ ଅନ୍ୟ କାରଣ ପାଇଁ ଛୁଟି ନେଇଥିବା କହିଛନ୍ତି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ । ଏଠି ପ୍ରଶ୍ନ,  ଛୁଟିରେ ଯାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସୂଚନା ଉପରିସ୍ଥ ଅଧିକାରୀଙ୍କ ପାଖରେ ଅଛି ତ ?।  ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିବା ବେଳେ  ଏହି ଘଟଣାକୁ ନେଇ ବାଲେଶ୍ଵର ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored