|
logo
Live

Argus News - ମଦ ମାଫିଆଙ୍କ ଅବକାରୀ କନେଷ୍ଟବଳଙ୍କୁ ଆକ୍ରମଣ ଘଟଣାରେ ୬ ଗିରଫ

Odisha

ମଦ ମାଫିଆଙ୍କ ଅବକାରୀ କନେଷ୍ଟବଳଙ୍କୁ ଆକ୍ରମଣ ଘଟଣାରେ ୬ ଗିରଫ

Smruti Parija
Browse all articles by Smruti Parija
·1 year ago·2 min read
ମଦ ମାଫିଆଙ୍କ ଅବକାରୀ କନେଷ୍ଟବଳଙ୍କୁ ଆକ୍ରମଣ ଘଟଣାରେ ୬ ଗିରଫ

ବ୍ରହ୍ମପୁର:  ମଦ ମାଫିଆଙ୍କ ଅବକାରୀ କନେଷ୍ଟବଳଙ୍କୁ ଆକ୍ରମଣ ଘଟଣାରେ ୬ ଗିରଫ । ଅଭିଯୁକ୍ତ ମୁନାଙ୍କ ନାମରେ ୭ଟି ସଙ୍ଗୀନ ମାମଲା ।  ଅଢେଇ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ । ଅଭିଯୁକ୍ତମାନେ ମଦ କେଉଁଠୁ ଆଣି ବିକ୍ରି କରୁଥିଲେ ତାହାର ତଦନ୍ତ କରିବ ପୁଲିସ । ଅବକାରୀ କନଷ୍ଟେବଳ ସବ୍ୟସାଚୀ ମିଶ୍ରଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ବୁଧବାର ଟାଉନ ଥାନା ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ଅଭିଯୁକ୍ତଙ୍କ ଠାରୁ କନେଷ୍ଟବଳ ସବ୍ୟସାଚୀଙ୍କ ମୋବାଇଲ , ଆଇଡ଼ି କାର୍ଡ ଉଦ୍ଧାର କରିବା ସହ ଘଟଣାରେ ବ୍ୟବହାର ହୋଇଥିବା ଗୋଟିଏ ବାଇକ ଓ ବିକ୍ରି ପାଇଁ ମହଜୁଦ ଥିବା ୫୦୦ଲିଟର ବିଦେଶୀ ମଦ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ପୁରୁଣା ବସଷ୍ଟାଣ୍ଡ୍ ସ୍ଥିତ ଟେଲିଫୋନ ଭବନ ପାଖ ଏକ ସିଲ୍ ହୋଇଥିବା ମଦ ଦୋକାନ ନିକଟରେ ଚାଲିଥିଲା ଖୁଲାମ ଖୁଲା ଚୋରା ମଦ ବେପାର । ଏହାର ଗୁଇନ୍ଦା ତଥ୍ୟ ସଂଗ୍ରହ ପାଇଁ ଯାଇଥିଲେ ଅବକାରୀ କନଷ୍ଟେବଳ ସବ୍ୟସାଚୀ ମିଶ୍ର  । କିନ୍ତୁ ତଥ୍ୟ ସଂଗ୍ରହ ପାଇଁ ମୋବାଇଲରେ ଫଟୋ ବାହାର କରୁଥିବାବେଳେ ତାଙ୍କୁ ୫ ରୁ ୬ ଜଣ ଦୁର୍ବୁତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । 

ପରେ କନେଷ୍ଟବଳ ସବ୍ୟସାଚୀ ଧରିଥିବା ମୋବାଇଲ, ୩ ହଜାର ଟଙ୍କା, ଆଇଡ଼ି କାର୍ଡ ଓ ପିନ୍ଧିଥିବା ସୁନା ମୁଦିକୁ ଦୁର୍ବୁତ୍ତମାନେ ଛଡ଼ାଇ ନେଇଯାଇଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିଥିଲା । ତଦନ୍ତ ବେଳେ ପୁଲିସ ଘଟଣାସ୍ଥଳରେ ଲାଗିଥିବା  ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

 

Sponsored
ମଦ ମାଫିଆଙ୍କ ଅବକାରୀ କନେଷ୍ଟବଳଙ୍କୁ ଆକ୍ରମଣ ଘଟଣାରେ ୬ ଗିରଫ | Argus News