ବିଜେଡି ପାଇଁ ଅଲୋଡା ପୁରୁଣା ନେତା

ଅର୍ଗସ ବ୍ୟୁରୋ: ବିଜେଡିରେ ବଢୁଛି ଅସନ୍ତୁଷ୍ଟଙ୍କ ଲିଷ୍ଟ୍ । ଆଗକୁ ସାଧାରଣ ନିର୍ବାଚନ । ଦିନ ଯେତେ ପାଖେଇ ଆସୁଛି ରଣନୀତି ଜୋରଦାର କରୁଛି ବିଜେଡି । ହେଲେ ଏହାସହ ଅସନ୍ତୁଷ୍ଟଙ୍କ ଲିଷ୍ଟ ମଧ୍ୟ ବଢିବାରେ ଲାଗିଛି । ବିଭିନ୍ନ ଜିଲ୍ଲାରେ ମାଳ ମାଳ ଗୋଷ୍ଠୀ କନ୍ଦଳ ।
ଗଞ୍ଜାମ ଜିଲ୍ଲାରେ ଦଳରେ ବରିଷ୍ଠଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ଗଞ୍ଜାମରେ 6 ପୂର୍ବତନ ବିଧାୟକ ଏନେଇ ଅସନ୍ତୋଷ ପ୍ରକାଶ କରି ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ଫେରାଦ ହୋଇଛନ୍ତି । ଦଳରେ ସେମାନଙ୍କୁ କୋଣଠେସା କରାଯାଉଥିବାର ଅଭିଯୋଗ ଆଣି ମୁଖିଆଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ।
2000 ମସିହା ପୂର୍ବରୁ ଏବଂ ପରେ ଜିଲ୍ଲାର ୮ଜଣ ପୂର୍ବତନ ବିଧାୟକ ଶାସକ ଦଳ ସହିତ ରହି କାର୍ଯ୍ୟ କରି ଆସୁଛନ୍ତି । ହେଲେ କା' ମୁଖ୍ୟମନ୍ତ୍ରୀଙ୍କ ଶାସନରେ ସେମାନଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହୋଇଛି । ତାଙ୍କୁ କିଛି ଗୁରୁତ୍ୱ ମିଳୁନି । କେହି ପାଚରୁନାହାନ୍ତି । ଯଦି ଏମିତି ଚାଲିବ ଭବିଷ୍ୟତରେ ମୁଖ୍ୟଙ୍କ ଅବସ୍ଥା କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ନେତା ।
ଗଞ୍ଜାମ ଜିଲ୍ଲାର 6 ପୂର୍ବତନ ବିଧାୟକବୃନ୍ଦ ନିକଟରେ ସ୍ଥାନୀୟ ଇଂଜିନିୟରିଂ ସ୍କୁଲ୍ ଛକ ନିକଟ ରାଜସ୍ବ ଡାକବଙ୍ଗଳା ଠାରେ ଏକାଠି ହୋଇ ଆଲୋଚନା କରିଛନ୍ତି । ଯାହାର ଫଟୋ ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରେ ହିଞ୍ଜିଳିକାଟୁର ପୂର୍ବତନ ବିଧାୟକ ହରିହର ସାହୁ, ଉଦୟନାଥ ନାୟକ, ଜଗନ୍ନାଥପ୍ରସାଦର ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା, ଖଲ୍ଲିକୋଟ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ ଏବଂ ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବଶଙ୍କର ସାହାଣୀ ରହିଥିବା ଦେଖିବାକୁ ମିଳିଛି ।
📱 Get Argus News App
✨ତେବେ ଏଠି ପ୍ରଶ୍ନ ବିଜେଡିରେ କା' ମୁଖ୍ୟମନ୍ତ୍ରୀଙ୍କ ଆଧିପତ୍ୟରୁ ଦଳରେ କୋଣଠେସା ହେଉଛନ୍ତି କି ପୁରୁଖା ନେତା । ଯେଉଁଥିପାଇଁ ସେମାନେ ବିଜେଡି ସୁପ୍ରିମୋଙ୍କୁ ଭେଟି ଆଲୋଚନା କରିବାକୁ ସମୟ ମାଗୁଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...