Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀ ରେଳଷ୍ଟେସନରେ ଛାତ ଭୁଶୁଡି ୬ ଆହତ: ଅଧିକ ଶ୍ରମିକ ଫସିରହିଥିବା ଆଶଙ୍କା

Ritu Das
Browse all articles by Ritu Das
·2 years ago
ପୁରୀ ରେଳଷ୍ଟେସନରେ ଛାତ ଭୁଶୁଡି ୬ ଆହତ: ଅଧିକ ଶ୍ରମିକ ଫସିରହିଥିବା ଆଶଙ୍କା

ଅର୍ଗସ ବ୍ୟୁରୋ: ଭୁଶୁଡ଼ିଲା ପୁରୀ ରେଳଷ୍ଟେସନରେ ନବନିର୍ମିତ ଛାତ । ନୂଆ ଛାତ ପଡୁଥିବା ବେଳେ ଭୁଶୁଡ଼ି ପଡ଼ିଥିଲା।  ଫଳରେ ୬ ଜଣ ଶ୍ରମିକ ଆହତ ହୋଇଥିବାବେଳେ ୩ ଜଣ ଶ୍ରମିକ ଗୁରୁତର ଅଛନ୍ତି। ଶ୍ରମିକ ମାନଙ୍କୁ ତୁରନ୍ତ ଉଦ୍ଧାର କରି ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସାମିଲ ହୋଇଛନ୍ତି ଅଗ୍ନିଶମ ବାହିନୀ । ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ନିର୍ମାଣ କାମ କରାଯାଉଛି। ଆଜି କିଛି ଅଂଶରେ ଛାତ ପଉଥିବା ବେଳେ ଭୁଶୁଡ଼ି ପଡ଼ିଥିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
6 injured in roof | Argus News