Videos
|
Odisha

Odisha Vigilance Report / ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ,୨ ବର୍ଷରେ ବନ୍ଧା ହେଲେ ୬ କୁବେର ବାବୁ

Bikash Mohanty
Browse all articles by Bikash Mohanty
·3 months ago·2 min read
ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ,୨ ବର୍ଷରେ ବନ୍ଧା ହେଲେ ୬ କୁବେର ବାବୁ
Vigilance

Key Points

ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ
୨ ବର୍ଷରେ ବନ୍ଧା ହେଲେ ୬ କୁବେର ବାବୁ
ଡେପୁଟି ଡାଇରେକ୍ଟରଙ୍କ ଘରୁ ମିଳିଥିଲା ୪ କୋଟି
ରେକର୍ଡ ସୃଷ୍ଟି କରିଛନ୍ତି ଦେବବ୍ରତ ମହାନ୍ତି
ଭୁବନେଶ୍ବର, ୮/୬: ଗତ ୨ ବର୍ଷରେ ବନ୍ଧା ହେଲେଣି ୬ କୁବେର ବାବୁ। ଗଲା ଦୁଇ ବର୍ଷ ଭିତରେ ଭିଜିଲାନ୍ସ ଆୟବହିର୍ଭୂତ ସମ୍ପତ୍ତ କିମ୍ବା ଲାଞ୍ଚ ମାମଲାରେ ଚଢ଼ଉ ସମୟରେ ସର୍ବାଧିକ ନଗଦ ଅର୍ଥ ଜବତର ଏକ ତାଲିକା ସାମନାକୁ ଆସିଛି। ଓଡ଼ିଶା ଭିଜିଲାନ୍ସ ଦ୍ବାରା ଯେତେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନେ ବନ୍ଧା ହେଉଛନ୍ତି। 

ଦୁର୍ନୀତିଗ୍ରସ୍ତ ବାବୁ ଘରେ ସାଧାରଣତଃ ନଗଦ ଅର୍ଥରାଶି ବେଶି ପରିମାଣରେ ଗଚ୍ଛିତ ରଖନ୍ତି ନାହିଁ। ସର୍ବାଧିକ କୋଟିଏରୁ ଦୁଇ କୋଟି ଟଙ୍କା ସାଧାରଣତଃ ଜବତ ହୋଇଥାଏ। କିନ୍ତୁ ଓଡ଼ିଶା ଭିଜିଲାନ୍ସ ରେକର୍ଡରେ ମାଇନିଂର ଡେପୁଟି ଡାଇରେକ୍ଟର ଦେବବ୍ରତ ମହାନ୍ତି ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ନିକଟରୁ ୪ କୋଟି ୨୮ ଲକ୍ଷ ୩୩ ହଜାର ୬୦୦ ଟଙ୍କା ଜବତ ହୋଇଥିଲା।

ଗତ ଜୁନ ୬ ତାରିଖରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ନିକଟରୁ ନଗଦ ୨ କୋଟି ୪ ଲକ୍ଷ ଟଙ୍କା ଜବତ ହୋଇଛି। ଫେବ୍ରୁଆରି ୨୫ ତାରିଖରେ କଟକ ସର୍କଲ୍ ମାଇନିଂର ଡେପୁଟି ଡାଇରେକ୍ଟର ଦେବବ୍ରତ ମହାନ୍ତିଙ୍କ ନିକଟରୁ ୪ କୋଟି ୨୮ ଲକ୍ଷ ୩୩ ହଜାର ୬୦୦ ଟଙ୍କା ଜବତ ହୋଇଛି। ଯାହାକି ଭିଜିଲାନ୍ସ ଇତିହାସରେ ସର୍ବାଧିକ ଥିଲା।

ପଢନ୍ତୁ ଏହି ଖବର: କୋଟିପତି ଯନ୍ତ୍ରୀଙ୍କ ଲକରରୁ ବାହାରିଲା ନୋଟ୍ ପାହାଡ଼, ଟଙ୍କା ଗଣିବା ପାଇଁ ଆସିଲା ମେସିନ୍ ,୪ଟି ବ୍ୟାଙ୍କ ଲକରରୁ ଜବତ ହେଲାଣି ୨ କୋଟିରୁ ଅଧିକ ଟଙ୍କା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୫ ଡିସେମ୍ବର ୩୦ରେ କଟକ ଜିଲ୍ଲା ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ନିକଟରୁ ୭୩ ୭ ଲକ୍ଷ ୬୬ ହଜାର ଟଙ୍କା ଜବତ ହୋଇଥିଲା । ୨୦୨୫ ଜୁଲାଇ ୨୫ରେ କୋରାପୁଟ ଜିଲ୍ଲା ଜୟପୁର ଫରେଷ୍ଟ ରେଞ୍ଜର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ନିକଟରୁ ୧ କୋଟି ୪୩ ଲକ୍ଷ ନେପାକଙ୍କ ଲକ୍ଷ ଟଙ୍କା ଜବତ ହୋଇଥିଲା।
୨୦୨୫ ମେ ୩୦ ତାରିଖରେ ଭୁବନେଶ୍ବର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ନିକଟରୁ ୨ କୋଟି ୫୬ ଲକ୍ଷ ଟଙ୍କା ଜବତ ହୋଇଥିଲା। ୨୦୨୫ ଫେବ୍ରୁଆରି ୬ରେ ମାଲକାନଗିରି ଜିଲ୍ଲା ଜଳସମ୍ପଦ ବିଭାଗର ପ୍ରକଳ୍ପ ଉପନିର୍ଦ୍ଦେଶକ ସାନ୍ତନୁ ମହାପାତ୍ରଙ୍କ ନିକଟରୁ ୨ କୋଟି ୮ ଲକ୍ଷ ଟଙ୍କା ଜବତ ହୋଇଥିଲା।

୨୦୨୬ ଜାନୁଆରି ୧ରୁ ମେ ୩୧ ସୁଦ୍ଧା ଓଡ଼ିଶା ଭିଜିଲାନ୍ସ ମୋଟ ୩୧ଟି ଟ୍ରାପ୍ କେସ୍ କରିଥିବା ବେଳେ ଡିଏ କେସ୍ ୧୭ଟି, ଦୁର୍ନୀତି ମାମଲା ୧୪ଟି ରୁଜୁ କରିଛି| ମୋଟ ୬୨ଟି ମାମଲା ରୁଜୁ ହୋଇଛି। ଏଥିରେ ମୋଟ ୭୩ ଜଣ ଦୁର୍ନୀତିଗ୍ରସ୍ତ ବାବୁ ଗିରଫ ହୋଇଥିବା ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।