Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୋଟିପତି ଯନ୍ତ୍ରୀଙ୍କ ଲକରରୁ ବାହାରିଲା ନୋଟ୍ ପାହାଡ଼, ଟଙ୍କା ଗଣିବା ପାଇଁ ଆସିଲା ମେସିନ୍ ,୪ଟି ବ୍ୟାଙ୍କ ଲକରରୁ ଜବତ ହେଲାଣି ୨ କୋଟିରୁ ଅଧିକ ଟଙ୍କା

Odisha

Vigilance Raid / କୋଟିପତି ଯନ୍ତ୍ରୀଙ୍କ ଲକରରୁ ବାହାରିଲା ନୋଟ୍ ପାହାଡ଼, ଟଙ୍କା ଗଣିବା ପାଇଁ ଆସିଲା ମେସିନ୍ ,୪ଟି ବ୍ୟାଙ୍କ ଲକରରୁ ଜବତ ହେଲାଣି ୨ କୋଟିରୁ ଅଧିକ ଟଙ୍କା

Bikash Mohanty
Browse all articles by Bikash Mohanty
·1 hour ago·2 min read
କୋଟିପତି ଯନ୍ତ୍ରୀଙ୍କ ଲକରରୁ ବାହାରିଲା ନୋଟ୍ ପାହାଡ଼, ଟଙ୍କା ଗଣିବା ପାଇଁ ଆସିଲା ମେସିନ୍ ,୪ଟି ବ୍ୟାଙ୍କ ଲକରରୁ ଜବତ ହେଲାଣି ୨ କୋଟିରୁ ଅଧିକ ଟଙ୍କା
Baikunthanath Behera

Key Points

ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ
କୋଟିପତି ଯନ୍ତ୍ରୀଙ୍କ ଲକରରୁ ବାହାରିଲା ନୋଟ୍ ପାହାଡ଼
ଟଙ୍କା ଗଣିବା ପାଇଁ ଆସିଲା କ୍ୟାସ୍ କାଉଣ୍ଟିଂ ମେସିନ୍
୪ଟି ବ୍ୟାଙ୍କ ଲକରରୁ ଜବତ ହେଲାଣି ୨ କୋଟିରୁ ଅଧିକ ଟଙ୍କା
ଭୁବନେଶ୍ବର,୦୭/୦୬: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ଅମାପ ସମ୍ପତ୍ତି । ଭିଜିଲାନ୍ସ ଚଢ଼ାଉରେ ଆଉ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି । ଅଭିଯୁକ୍ତ ଅଧିକାରୀଙ୍କ ବ୍ୟାଙ୍କ ଲକରରୁ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। ବର୍ତ୍ତମାନ ବ୍ୟାଙ୍କର କ୍ୟାସ୍ କାଉଣ୍ଟିଂ ମେସିନ ମାଧ୍ୟମରେ ଟଙ୍କା ଗଣନା ଜାରି ରହିଛି । ବୈକୁଣ୍ଠଙ୍କର ମୋଟ ୫ ଟି ଲକର ଥିବାବେଳେ, ୪ଟି ଲକରରୁ ଏହି ଟଙ୍କା ଜବତ ହୋଇଛି । ଆଜି ଆଉ ଏକ ଲକର ଖୋଲାଯିବ।

ଭିଜିଲାନ୍ସ ଘାଣ୍ଟୁଛି, ବିଡ଼ା ପରେ ବିଡ଼ା ଟଙ୍କା ମିଳୁଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ସମ୍ପତ୍ତି ଦେଖି କାବା ହୋଇ ଗଲେଣି ଭିଜିଲାନ୍ସ ଅଧିକାରୀ । ବୈକୁଣ୍ଠଙ୍କ ଘର ପରେ ଭିଜିଲାନ୍ସ ତାଙ୍କ ବ୍ୟାଙ୍କ  ଲକର୍‌ ଯାଞ୍ଚ କରିଛି । ଲକର୍‌ରୁ ମିଳିଛି ପ୍ରାୟ ୨ କୋଟି ଟଙ୍କା ।

ପଢନ୍ତୁ ଏହି ଖବର: ଲାଞ୍ଚ ନେଇ ଧରା ପଡିଲେ ଯନ୍ତ୍ରୀ, ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବାଲିଗୁଡ଼ା ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଅଫିସ୍ ସହ ଘରେ ରେଡ୍ ଜାରି ରଖିଛି । ଚଢ଼ାଉ ବେଳେ ବାବୁଙ୍କ ବ୍ୟାଙ୍କ୍ ଲକର୍‌ରୁ ମିଳିଛି ୨ କୋଟି ଟଙ୍କା । ଯାହାକୁ ଗଣିବା ଲାଗି ବ୍ୟାଙ୍କର ଟଙ୍କା ଗଣିବା ମେସିନ୍‌କୁ ନିୟୋଜିତ କରାଯାଇଛି ।


ବୈକୁଣ୍ଠଙ୍କ କୁବେର ଭଣ୍ଡାର

ଭିଜିଲାନ୍ସ ରେଡ୍ ବେଳେ ବୈକୁଣ୍ଠଙ୍କ ୫ଟି ରାଜକୀୟ ବହୁତଳ କୋଠା ସହ ୧୩ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ପାଇଛି । ଘରୁ ମିଳିଛି ନଗଦ ୨ ଲକ୍ଷ ୬୬ ଲକ୍ଷ ଟଙ୍କା । ଏହା ପରେ ଭିଜିଲାନ୍ସ ବୈକୁଣ୍ଠଙ୍କ ବ୍ଯାଙ୍କ୍‌ ଲକର୍ ଯାଞ୍ଚ କରିଛି ।

ବୈକୁଣ୍ଠ ଓ ତାଙ୍କ ପତ୍ନୀଙ୍କ ନାଁରେ ଥିବା ଆକ୍ସିସ୍ ବ୍ୟାଙ୍କ୍ ଏବଂ ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଲକର୍‌ରେ ଭିଜିଲାନ୍ସ ରେଡ୍ କରିଛି । ରେଡ୍ ବେଳେ ଗୋଟିଏ ଲକର୍‌ରୁ ନଗଦ ୨ କୋଟି ଟଙ୍କା ଭିଜିଲାନ୍ସ ଠାବ କରିଛି ।

ଭୁବନେଶ୍ଵର ଚନ୍ଦ୍ରଶେଖରପୁରରେ ୧୦, ୫୦୦ ସ୍କୋୟାର୍ ଫୁଟ୍‌ରେ ୪ ମହଲା କୋଠା, ଶୈଳଶ୍ରୀ ବିହାରରେ ୧୧୦୦ ସ୍କୋୟାର୍ ଫୁଟ୍‌ରେ ୩ ମହଲା କୋଠା, ପଟିଆରେ ୩୭୫୦ ସ୍କୋୟାର୍ ଫୁଟ୍‌ରେ ୨ ମହଲା କୋଠା, ଚନ୍ଦ୍ରଶେଖରପୁର ଓ ଯାଜପୁର ଧର୍ମଶାଳାରେ ୨୫୦୦ ସ୍କୋୟାର୍ ଫୁଟ୍‌ରେ ୨ ମହଲା କୋଠା ମିଳିଛି ।


ଯନ୍ତ୍ରୀଙ୍କ ପାଖେ ୧୩ ପ୍ଲଟ୍

ଭିଜିଲାନ୍ସ ରେଡ୍ ବେଳେ ITDA ଯନ୍ତ୍ରୀ ବୈକୁଣ୍ଠନାଥଙ୍କ ନିକଟରୁ ୧୩ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ପାଇଛି । ସେଥିରୁ ୭ଟି ପ୍ଲଟ୍ ଭୁବନେଶ୍ଵରର ପ୍ରମୁଖ ସ୍ଥାନରେ ରହିଥିବା ବେଳେ ୫ଟି ପ୍ଲଟ୍ ଧର୍ମଶାଳା, ଯାଜପୁର ରହିଥିବା ବେଳେ ଗୋଟିଏ ପ୍ଲଟ୍ ବାରିପଦାରେ ରହିଛି ।

ଏଥିସହ ଯନ୍ତ୍ରୀଙ୍କ ଘର ମିଳିଥିବା ସୁନା ଅଳଙ୍କାରର ଓଜନ ଚାଲିଛି । ବ୍ୟାଙ୍କ, ଡାକଘର ଓ ଅନ୍ୟ ନିବେଶର ଯାଞ୍ଚ କରୁଛି ଭିଜିଲାନ୍ସ । ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ବାରିପଦା, ଧର୍ମଶାଳା ଏବଂ ବାଲିଗୁଡ଼ା ଆଦି ୯ଟି ଠିକଣାରେ ଚଢ଼ାଉ ଚାଲିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance Raid | Crorepati Engineer Raid: Over ₹2 Crore Cash Found in 4 Bank Lockers | Argus News