Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଲୁଆ କାମୁଡାରେ 6 ଗୁରୁତର, ଆହତଙ୍କୁ ଭେଟିଲେ ସୁରଜ ସୂର୍ଯ୍ୟବଂଶୀ

Odisha

ବିଲୁଆ କାମୁଡାରେ 6 ଗୁରୁତର, ଆହତଙ୍କୁ ଭେଟିଲେ ସୁରଜ ସୂର୍ଯ୍ୟବଂଶୀ

Smruti Parija
Browse all articles by Smruti Parija
·2 years ago·1 min read
ବିଲୁଆ କାମୁଡାରେ 6 ଗୁରୁତର, ଆହତଙ୍କୁ ଭେଟିଲେ ସୁରଜ ସୂର୍ଯ୍ୟବଂଶୀ

ଭଦ୍ରକ:  ପାଗଳ ବିଲୁଆ( ଶିଆଳ ) କାମୁଡାରେ 6 ଜଣ ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନସ୍ଥ ଶ୍ୟାମସୁନ୍ଦର ପଞ୍ଚାୟତର ତଳଦୁମୁକା ଗ୍ରାମର ଏକ ପାଗଳ ବିଲୁଆ ଗାଁ ଭିତରେ ପଶି ପ୍ରଥମେ ଏକ ଛୋଟ ପିଲାଟେ ଦାଣ୍ଡରେ ଯାଉଥିବା ବେଳେ କାମୁଡି ଥିଲା । ପରେ ଏକ ମହିଳା ଦୌଡ଼ି ଘରକୁ ଯାଉଥିବା ବେଳେ ପଡ଼ି ଯିବାରୁ ତାଙ୍କ ହାତକୁ କାମୁଡି ଥିଲା । 

ପରେ ବାଛୁରୀ, ସ୍ଥାନୀୟ ଗ୍ରାମବାସୀମାନଙ୍କୁ କାମୁଡିବା ସହ ଶୌଚ ହେବାକୁ ଯାଇଥିବା ଲୋକଙ୍କ ପିଚାକୁ ମଧ୍ୟ ଏହି ପାଗଳ ଶିଆଳ କାମୁଡି ଥିଲା । ଫଳରେ ଗ୍ରାମବାସୀମାନେ ଲୋକମାନଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଚିକିତ୍ସା କରିଛନ୍ତି । ଏହି 6 ଜଣ ହେଉଛନ୍ତି ସେହି ଗ୍ରାମର ଛୋଟ ପିଲା ଧୂନି ମଲ୍ଲିକ, କମଳା କାନ୍ତ ଦାସ, ଉମାମଣୀ ବାରିକ, ସର୍ବେଶ୍ୱର ଖିଲାର, ବିଶ୍ୱନାଥ ମଲ୍ଲିକ ଓ ଜୟନ୍ତୀ ମଲ୍ଲିକ । ଏ ସମସ୍ତେ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।  

ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ମେଡିକାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି । ଏହାସହ ବନବିଭାଗ ସହ ମଧ୍ୟ ଏ ବାବଦରେ ଆଲୋଚନା କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Argus Whatsapp Channel Mobile Top
Sponsored
6-people-injured-in-fox-biting-at-bhadrak-district | Argus News