ବାତ୍ୟା 'ରେମାଲ' ପାଇଁ ୬ ଟ୍ରେନ୍ ବାତିଲ, ଖଡଗପୁରରେ ଅଟକିବ ଦିଘା-ପୁରୀ ଏକ୍ସପ୍ରେସ୍
·2 years ago

ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା ରେମାଲ। ଏହା ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ରବିବାର ମଧ୍ୟରାତ୍ରିରେ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ ସାଗର ଦ୍ବୀପ ଓ ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ରେମାଲ ଲ୍ୟାଣ୍ଡଫଲ କରିବା ସମୟରେ ୧୧୦ରୁ ୧୨୦ କିମି. ବେଗରେ ବହିପାରେ। ପବନର ଝଟକା ୧୩୫ କି.ମି. ଯାଏ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି।
ତେବେ ବାତ୍ୟା ରେମାଲ ପାଇଁ ଟ୍ରେନ ବାତିଲ ହୋଇଛି। ଦିଘାକୁ ଯାତାୟତ କରୁଥିବା ୬ଟି ଟ୍ରେନକୁ ବାତିଲ କରାଯାଇଛି। ସେହିପରି ଦିଘା-ପୁରୀ ସାପ୍ତାହିକ ଏକ୍ସପ୍ରେସ ପୁରୀ ନ ଆସି ଖଡ଼ଗପୁରରେ ଅଟକିଯିବ।
ରେମାଲ ପ୍ରଭାବରେ ପଶ୍ଚିମବଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

