Terminal Illness Quota / ମାରାତ୍ମକ ରୋଗ କୋଟାରେ ଅବିଭକ୍ତ କୋରାପୁଟ ଜିଲ୍ଲା ଛାଡ଼ିବାକୁ ଚାହୁଁଛନ୍ତି ୬୪୮ ଶିକ୍ଷକ,ବଦଳି ପୂର୍ବରୁ ହେବ ସ୍ୱାସ୍ଥ୍ୟ ଯାଞ୍ଚ
·2 months ago·2 min read

Key Points
ଅବିଭକ୍ତ କୋରାପୁଟ ଜିଲ୍ଲା ଛାଡ଼ିବାକୁ ଚାହୁଁଛନ୍ତି ୬୪୮ ଶିକ୍ଷକ
ମାରାତ୍ମକ ରୋଗ କୋଟାରେ କରିଛନ୍ତି ବଦଳି ଆବେଦନ
ବଦଳି ପୂର୍ବରୁ ହେବ ସ୍ୱାସ୍ଥ୍ୟ ଯାଞ୍ଚ
ଏସ୍.ଏଲ୍.ଏନ୍. ମେଡିକାଲ କଲେଜରେ ହେବ ସ୍ୱାସ୍ଥ୍ୟ ଯାଞ୍ଚ

କୋରାପୁଟ,୧୯/୦୬: ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଯିବାକୁ ଚାହୁଁଛନ୍ତି ୬୪୮ ଶିକ୍ଷକ। ଟର୍ମିନାଲ ଇଲନେସ୍ ବା ମାରାତ୍ମକ ରୋଗ ଆଧାରରେ ଆନ୍ତଃଜିଲ୍ଲା ଓ ଜିଲ୍ଲା ଭିତ୍ତିକ ବଦଳି ପାଇଁ ହୋଇଥିବା ଆବେଦନଗୁଡ଼ିକର ସତ୍ୟତା ଯାଞ୍ଚ କରିବାକୁ କୋରାପୁଟରେ ବସିବ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ । ଏନେଇ କୋରାପୁଟ CDM&PHOଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏସ୍.ଏଲ୍.ଏନ୍. ମେଡିକାଲ କଲେଜ ଓ ହସ୍ପିଟାଲ କୋରାପୁଟ ପରିସରରେ ଥିବା କ୍ଲିନିକାଲ ଲେକଚର ଥିଏଟରରେ ସକାଳ ୧୦ଟାରୁ ଏହି ମେଡିକାଲ ପରୀକ୍ଷା ଅନୁଷ୍ଠିତ ହେବ।
ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଯିବାକୁ ଚାହୁଁଛନ୍ତି ୬୪୮ ଶିକ୍ଷକ। ଟର୍ମିନାଲ୍ ଅସୁସ୍ଥତା କୋଟାରେ ବଦଳି ପାଇଁ ଆବେଦନ କରିଛନ୍ତି ଶିକ୍ଷକ । ଟର୍ମିନାଲ୍ ଅସୁସ୍ଥତା କୋଟାରେ ଜିଲ୍ଲା ବାହାରକୁ ବଦଳି ପାଇଁ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ମୋଟ ୬୪୮ ଜଣ ଶିକ୍ଷକ ଆବେଦନ କରିଛନ୍ତି ।
ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲାର ୧୨୫ ଜଣ ଆବେଦନକାରୀଙ୍କ ପାଇଁ ଜୁଲାଇ ୨ ତାରିଖରେ, ନବରଙ୍ଗପୁର ଜିଲ୍ଲାର ୧୭୯ ଜଣଙ୍କ ପାଇଁ ଜୁଲାଇ ୩ ତାରିଖରେ, ମାଲକାନଗିରି ଜିଲ୍ଲାର ୧୨୫ ଜଣଙ୍କ ପାଇଁ ଜୁଲାଇ ୪ ତାରିଖରେ ଏବଂ କୋରାପୁଟ ଜିଲ୍ଲାର ୨୧୯ ଜଣଙ୍କ ପାଇଁ ଜୁଲାଇ ୬ ତାରିଖରେ ମେଡିକାଲ ବୋର୍ଡ ବସିବ।
ପଢନ୍ତୁ ଏହି ଖବର: ସରିଲା ଛୁଟି, ଖୋଲିଲା ସ୍କୁଲ,ନୂଆ ବହି, ନୂଆ ଉତ୍ସାହରେ ସ୍କୁଲ ଗଲେ ଛାତ୍ରଛାତ୍ରୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆବେଦନକାରୀମାନଙ୍କୁ ଅନଲାଇନ୍ ଆବେଦନର କପି, ବୈଧ ପରିଚୟପତ୍ର, ସମସ୍ତ ମୂଳ ଚିକିତ୍ସା ରେକର୍ଡ ଏବଂ ସେଗୁଡ଼ିକର ଜେରକ୍ସ କପି ସହ ନିର୍ଦ୍ଧାରିତ ଦିନରେ ଉପସ୍ଥିତ ହେବାକୁ କୁହାଯାଇଛି। ବଡ଼ କଥା ହେଉଛି, ଯାହାଙ୍କ ନାମରେ ରୋଗ ଦର୍ଶାଯାଇଛି ସେହି ରୋଗୀଙ୍କର ଶାରୀରିକ ଉପସ୍ଥିତି ମେଡିକାଲ ପରୀକ୍ଷା ପାଇଁ ବାଧ୍ୟତାମୂଳକ ବୋଲି CDM&PHO ସ୍ପଷ୍ଟ କରିଛନ୍ତି।
ଟର୍ମିନାଲ ଇଲନେସ୍ ଆଧାରରେ ବଦଳି ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଦାବିର ସତ୍ୟତା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଥିବା ଜଣାପଡ଼ିଛି।
ଏହି ସଂଖ୍ୟା ସାମ୍ନାକୁ ଆସିବା ପରେ ଶିକ୍ଷା ମହଲରେ ଚିନ୍ତା ବଢ଼ିଛି ।
ଅବିଭକ୍ତ କୋରାପୁଟ ଜିଲ୍ଲାରେ ପୂର୍ବରୁ ଅନେକ ସ୍କୁଲରେ ଶିକ୍ଷକ ପଦବୀ ଖାଲି ରହିଛି। ସେହି ସମୟରେ ଯଦି ଏତେ ବଡ଼ ସଂଖ୍ୟାରେ ବଦଳିକୁ ଅନୁମୋଦନ ମିଳେ, ତେବେ ଦୁର୍ଗମ ଓ ଆଦିବାସୀ ଅଞ୍ଚଳର ପାଠପଢ଼ା ଉପରେ ପ୍ରଭାବ ପଡ଼ିବ। ଅବିଭକ୍ତ କୋରାପୁଟ ଜିଲ୍ଳାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।

Related Topics
Explore more stories