Videos
|
Odisha

School Open / ସରିଲା ଛୁଟି, ଖୋଲିଲା ସ୍କୁଲ,ନୂଆ ବହି, ନୂଆ ଉତ୍ସାହରେ ସ୍କୁଲ ଗଲେ ଛାତ୍ରଛାତ୍ରୀ

Bikash Mohanty
Browse all articles by Bikash Mohanty
·1 month ago·2 min read
ସରିଲା ଛୁଟି, ଖୋଲିଲା ସ୍କୁଲ,ନୂଆ ବହି, ନୂଆ ଉତ୍ସାହରେ ସ୍କୁଲ ଗଲେ ଛାତ୍ରଛାତ୍ରୀ
School

Key Points

ଶେଷ ହେଲା ଖରା ଛୁଟି,ଖୋଲିଲା ସ୍କୁଲ
ରାଜ୍ୟର ୨୦ ଜିଲ୍ଲାରେ ଆଜିଠୁ ସ୍କୁଲ ଖୋଲିଛି
ବାକି ୧୦ ଜିଲ୍ଲାରେ ଜିଲ୍ଲାପାଳ ଖରାଛୁଟି ଅବଧିକୁ ବଢାଇଛନ୍ତି
ସେଠାରେ ଆସନ୍ତା ୨୨ ତାରିଖରୁ ସ୍କୁଲ ଖୋଲିବ 
ଭୁବନେଶ୍ବର,୧୮/୦୬: ଶେଷ ହେଲା ଖରା ଛୁଟି। ଖୋଲିଲା ସ୍କୁଲ। ନୂଆ ବହି, ନୂଆ ନୀତି, ନୂଆ ଉତ୍ସାହ।  ରାଜ୍ୟର ୨୦ ଜିଲ୍ଲାରେ ଖରା ଛୁଟି ଶେଷ ହେବା ସହ ଆଜିଠୁ ସ୍କୁଲ ଖୋଲିଛି । ବାକି ୧୦ ଜିଲ୍ଲାରେ ଜିଲ୍ଲାପାଳ ଖରାଛୁଟି ଅବଧିକୁ ବଢାଇ ଥିବାରୁ ସେଠାରେ ୨୨ ତାରିଖରୁ ସ୍କୁଲ ଖୋଲିବ ।

ଖରା, ଗୁଳୁଗୁଳି ଏବଂ କାଳବୈଶାଖୀ ଆଶଙ୍କାରେ ୧୦ ଜିଲ୍ଲାରେ ଜିଲ୍ଲାପାଳ ସ୍କୁଲ ଛୁଟି ବଢ଼ାଇଛନ୍ତି ୨୦ ତାରିଖ ଯାଏଁ । ବଲାଙ୍ଗିର, ଅନୁଗୁଳ, ଗଞ୍ଜାମ, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡା, ଦେବଗଡ଼, ବରଗଡ଼ ଜିଲ୍ଲାରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ସହ ଅଙ୍ଗନବାଡ଼ି ଏବଂ କଲେଜରେ ଖରା ଛୁଟି ବଢ଼ିଛି । ୨୧ ତାରିଖ ରବିବାର । ୨୨ ତାରିଖରୁ ସ୍କୁଲ ଖୋଲିବ । ଖରାକୁ ଦେଖି ନୂଆପଡ଼ା ଜିଲ୍ଲାରେ ୧୮ରୁ ୨୦ ଯାଏଁ ସକାଳୁଆ ସ୍କୁଲ ଘୋଷଣା ହୋଇଛି । ସକାଳ ସାଢ଼େ ୬ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ପାଠପଢ଼ା ହେବ ।

ପଢନ୍ତୁ ଏହି ଖବର: ରା ପାଇଁ ଖୋଲିବନି ସ୍କୁଲ୍: ଏହି ସବୁ ଜିଲ୍ଲାରେ ବଢ଼ିଲା ସ୍କୁଲ ଛୁଟି           

ଗଞ୍ଜାମରେ ସ୍କୁଲ ଛୁଟି ଅବଧି ବଢିଲା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବୃଦ୍ଧି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସବୁ ଛୁଟି ଛୁଟି ରହିବ । ଛୁଟି ଅବଧି ବୃଦ୍ଧି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ବିଜ୍ଞପ୍ତି ଜାରି ।

ହେଉନି ବର୍ଷା, କମୁନି ଖରା । ତେଣୁ, ଏବେ ଖୋଲିବନି ସ୍କୁଲ୍ ଓ ଅଙ୍ଗନୱାଡ଼ି । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ବିଦ୍ୟାଳୟ ଖୋଲିବା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳିକୁ ଦୃଷ୍ଟିରେ ଚଳିତ ସପ୍ତାହ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।

ଖାଲି ଗଞ୍ଜାମ ନୁହେଁ ଅନୁଗୁଳ ଜିଲ୍ଲାରେ ବଢ଼ିଲା ଗ୍ରୀଷ୍ମଛୁଟି ଅବଧି । ଆସନ୍ତା ଜୁନ୍‌ ୨୦ ତାରିଖ ଯାଏଁ ବଢ଼ିଲା ଗ୍ରୀଷ୍ମଛୁଟି ଅବଧି । ଜୁନ୍ ୨୨ ତାରିଖରେ ଅନୁଗୁଳରେ ସମସ୍ତ ସ୍କୁଲ ଖୋଲିବ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।

ବୌଦ୍ଧରେ ବି ବଢ଼ିଲା ଖରା ଛୁଟି ଅବଧି । ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ସ୍କୁଲ ଖରା ଛୁଟି ଅବଧିକୁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ନୃପରାଜ ସାହୁ କହିଛନ୍ତି, "ଏବେ ଜିଲ୍ଲାରେ ପ୍ରଖର ଖରା ହେଉଛି, ବର୍ଷା ଆସି ନାହିଁ । ଗ୍ରୀଷ୍ମର ଅଧିକ ପ୍ରଭାବ ରହିଥିବାରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକ ବନ୍ଦ ରହିବ ।୨୧ ତାରିଖ ରବିବାର ପଡ଼ୁଥିବାରୁ  ୨୨ରୁ ସ୍କୁଲ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha Schools Reopen: Students Return with New Books and Fresh Enthusiasm | Argus News