Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କୋଭିଡ କାରଣରୁ ଗତ ୪ ବର୍ଷ ଧରି ବନ୍ଦ ଥିଲା ପୋଲିସ ମିଟ୍

Odisha

କୋଭିଡ କାରଣରୁ ଗତ ୪ ବର୍ଷ ଧରି ବନ୍ଦ ଥିଲା ପୋଲିସ ମିଟ୍

Smruti Parija
Browse all articles by Smruti Parija
·2 years ago·1 min read
କୋଭିଡ କାରଣରୁ ଗତ ୪ ବର୍ଷ ଧରି ବନ୍ଦ ଥିଲା ପୋଲିସ ମିଟ୍

କଟକ: ଓଡିଶା ପୋଲିସ ଦ୍ୱାରା ଉଦଘାଟିତ ହୋଇଛି ୬୮ତମ ରାଜ୍ୟ ପୋଲିସ ମିଟ୍ । ଓଏମପି ସ୍ଥିତ ଷଷ୍ଠ ବାଟେଲିଅନରେ ଏହା ୪ ଦିନ ବ୍ୟାପି ଅନୁଷ୍ଠିତ ହେବ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଏହି ମିଟ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପୋଲିସ ଜୀବନରେ ବୃତ୍ତି ଗତ ଦକ୍ଷତା ପାଇଁ ଏହି ମିଟ୍ ଅନୁଷ୍ଠିତ ହୋଇଥାଏ । କୋଭିଡ କାରଣରୁ ଗତ ୪ ବର୍ଷ ଧରି ଏହି ମିଟ୍ ବନ୍ଦ ରହିଥିଲା । 

୧୨ ଟି ଇଭେଣ୍ଟ ମଧ୍ୟରେ ବିଭିନ୍ନ ପ୍ରକାର ତଦନ୍ତ ଯେପରି, ସାଇଣ୍ଟିଫିକ, ଫରେନସିକ, ସାଇବର କ୍ରାଇମକୁ ନେଇ ପ୍ରତିଯୋଗିତାମାନ ହେବ । ବିଭିନ୍ନ ଜିଲ୍ଲାରୁ ୨୦୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଏହି ପୋଲିସ ମିଟ୍ ରେ ଭାଗ ନେଇଛନ୍ତି । ସର୍ବ ଭାରତୀୟ ପୋଲିସ କ୍ରୀଡା କଣ୍ଟ୍ରୋଲ ବୋର୍ଡ ବିଭାଗ ପକ୍ଷରୁ ବିଭିନ୍ନ ବୃତ୍ତିଗତ ଓ କ୍ରୀଡାବର୍ଗରେ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । 

ବର୍ତ୍ତମାନ ସମୟରେ ଓଡିଶା ପୋଲିସର ତଦନ୍ତ ଓ ଅନୁସନ୍ଧାନ ଯେପରି ଆହୁରି ତ୍ୱରିତ ଓ ବୈଜ୍ଞାନିକ ପ୍ରଣାଳୀରେ ହେବ, ତାହା ନିଶ୍ଚୟ ଏହି ପ୍ରତିଯୋଗିତା ମାଧ୍ୟମରେ ମିଳିପାରିବ ବୋଲି କହିଛନ୍ତି ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ । ଏହାଛଡ଼ା ସାଇବର କ୍ରାଇମ ଓ ନାରୀମାନଙ୍କ ଉପରେ ହେଉଥିବା ଅପରାଧ ଉପରେ ରୋକ ଲଗାଇବା ପାଇଁ ଯେଉଁ ଅନୁସନ୍ଧାନ କୌଶଳ ଆବଶ୍ୟକ ତାହା ମଧ୍ୟ ଏହି ମିଟ୍ ର ମୂଳ ଲକ୍ଷ୍ୟ ରହିବ ବୋଲି କହିଛନ୍ତି ପୋଲିସ ଡିଜି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
68-police-meet-inagurated-by-odisha-police | Argus News