Videos
|
Odisha

ମା ଭଦ୍ରକାଳୀ ପୀଠରେ ସପ୍ତଦିବସୀୟ ସପ୍ତଚଣ୍ଡୀ ପୂଜାର ଆୟୋଜନ

Arpita Mohanty
Browse all articles by Arpita Mohanty
·2 years ago·2 min read
ମା ଭଦ୍ରକାଳୀ ପୀଠରେ ସପ୍ତଦିବସୀୟ ସପ୍ତଚଣ୍ଡୀ ପୂଜାର ଆୟୋଜନ

ଅର୍ଗସ ବ୍ୟୁରୋ : ଭଦ୍ରକର ଐତିହାସିକ କାଳୀପୂଜା ସାରା ଓଡିଶାରେ ପ୍ରସିଦ୍ଧ ଲାଭ କରିଛି। ମା ଙ୍କ ପୂଜା ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ପୀଠରେ ସପ୍ତଦିବସୀୟ ସପ୍ତଚଣ୍ଡୀ ପୂଜା ପାଠର ଆୟୋଜନ ହେଉଥିବା ବେଳେ ପୂଜାର ମାହୋଲ ଚରମ୍ପା ଅଞ୍ଚଳରେ ଦେଖିବାକୁ ମିଳିଥାଏ। ସାତ ଦିନ ଧରି ମା ଭଦ୍ରକାଳୀ ସପ୍ତମାତୃକା ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି। ମା ଭଦ୍ରକାଳୀଙ୍କ ପୀଠରେ ସପ୍ତମାତୃକା ବେଶ ଅନୁଷ୍ଠିତ ହୋଇଥାଏ। ସେଥିପାଇଁ ଚଳଚଞ୍ଚଳ ହୋଇପଡିଛି ମାଙ୍କର ପୀଠ। ବର୍ତ୍ତମାନ ପୀଠରେ ନୂଆ ରଙ୍ଗ ଲଗାଯାଉଛି।

ଆସନ୍ତା ୧୨ ତାରିଖରୁ ମା ଙ୍କ ବେଶ ଅନୁଷ୍ଠିତ ହେବା ସହିତ ଶତଚଣ୍ଡୀ ମହାଯଜ୍ଞ ଆରମ୍ଭ ହୋଇ ୧୮ ତାରିଖରେ ଯଜ୍ଞର ପୂର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି। ଏହି ୭ ଦିନ ଧରି ମା ଙ୍କ ବେଶ ଦେଖିବା ସହିତ ମା ଙ୍କ ଆଶୀର୍ବାଦ ନେବା ପାଇଁ ବହୁ ଦୂର ଦୁରାନ୍ତରୁ ଭକ୍ତ ମାନଙ୍କ ଭିଡ଼ ହୋଇଥାଏ। 

ମା ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶ ପ୍ରଥମ ଦିନରେ ମା ଭଦ୍ରକାଳୀ ବେଦମାତା ରୂପେ ଦର୍ଶନ ଦେଇଥାନ୍ତି। ଜିଲ୍ଲା ବାହାରୁ ଭକ୍ତମାନେ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି। ବିଶ୍ବାସ କରାଯାଏ ଯେ ମାଙ୍କ ପାଖରେ ଯାହା ମାନସିକ କରାଯାଏ ତାହା ପୂରଣ ହୋଇଥାଏ । ମା ଭଦ୍ରକାଳୀଙ୍କର ଏହା ସବୁଠାରୁ ବଡ଼ ପୂଜା। କାଳୀପୂଜାକୁ ନେଇ ସ୍ଥାନୀୟ ବାସିନ୍ଦା ମାନଙ୍କ ଭିତରେ ଉତ୍ସାହ ଦେଖା ଦେଇଛି। ବିଭିନ୍ନ ପ୍ରକାରର ଦୋକାନ ବଜାର ପଡିବା ସହ ଘରେ ଘରେ ବନ୍ଧୁ ବାନ୍ଧବ ମାନଙ୍କର ଭିଡ଼ ଜମିଛି।

ଅନ୍ୟପଟେ ଏହି କାଳୀପୂଜାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ରାସ୍ତା ଘାଟ ଠାରୁ ଆରମ୍ଭ କରି ପାନୀୟ ଜଳ, ଆଲୋକୀକରଣ ଏବଂ ସ୍ୱଛତା ଉପରେ ଲକ୍ଷ୍ୟ ରଖି ବିଶେଷ ଭାବେ ଧ୍ୟାନ ଦେବା ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଧେଶ ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର