Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲି ଓ ପଥର ଚୋରା ଚାଲାଣ କରୁଥିବା ୭ ହାଇୱା ଜବତ

Ritu Das
Browse all articles by Ritu Das
·1 year ago·1 min read
ବାଲି ଓ ପଥର ଚୋରା ଚାଲାଣ କରୁଥିବା ୭ ହାଇୱା ଜବତ

ଅର୍ଗସ ବ୍ୟୁରୋ: ଆକ୍ସନ ମୋଡ୍ ରେ କଟକ ଜିଲ୍ଲା ପ୍ରଶାସନ , ବାଲି ଓ ପଥର ଚୋରା ଚାଲାଣ କରୁଥିବା ୭ ହାଇୱା ଗାଡ଼ି ଜବତ । ସୂଚନା ଅନୁଯାୟୀ ବାଙ୍କୀ ଅଞ୍ଚଳରେ ବେଆଇନ ଚୋରା ବାଲି ଓ ମୋହରମ ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ବାରମ୍ବାର ଖବର ପ୍ରସାରଣ ମଧ୍ୟ ହୋଇଥିଲା , ଖବର ପ୍ରସାରଣ ପରେ ଏବେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ। 

କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବାଙ୍କୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ କରି ୭ ଟି ହାଇୱା ଗାଡ଼ି ଜବତ ହୋଇଥିବା ବେଳେ ସେଥିମଧ୍ୟରୁ ତିନୋଟି ପଥର ବୋଝେଇ ଗାଡ଼ି ମଟର ଓ ଚାରୋଟି ବାଲି ବୋଝେଇ ଗାଡ଼ି ଥିବା ସୂଚନା ମିଳିଛି।  ତେବେ ଗାଡ଼ି ଗୁଡିକ ପଥର ଓ ବାଲି ନେଇ ଯାଉଥିବା ବେଳେ ସ୍ପେଶାଲ ସ୍କ୍କାଡ ଗାଡ଼ି ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲା ହେଲେ ଗାଡ଼ି ଚାଳକ କୌଣସି ପ୍ରମାଣ ନ ଦେଇପାରିବାରୁ ଗାଡ଼ି ଗୁଡିକୁ ଜବତ କରି ଥାନା ଆଣିବା ସହ ୭ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ସେପଟେ ବାଙ୍କୀ ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ବନ୍ଦ କରିବାକୁ ଏହିଭଳି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
7 hiwas of | Argus News