୭ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
·2 years ago

ବଲାଙ୍ଗିର: ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଗିରଫ କରିଛି। ତୁଷୁରା ପୁଲିସ ଜଣକୁ ଗିରଫ କରିଥିବା ସୂଚନା। ଅଭିଯୁକ୍ତଜଣକ ହେଲେ କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ଅଞ୍ଚଳର ମହେନ୍ଦ୍ର ସାହୁ। ତୁଷୁରା ପୁଲିସ ଗୁଡଭେଲା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଜାମୁଟ ପଟୁ ଏକ ବାଇକ ଦୃତ ଗତିରେ ଆସୁଥିଲା।
ପୁଲିସ 2 ବାଇକକୁ ଯୁଗିମରା ଛକଠାରେ ଅଟକାଇ ଯାଞ୍ଚ କରିବାରୁ ବାଇକରେ ଥିବା ଏକ ବସ୍ତାରେ ଗଞ୍ଜେଇ ଥିବା ଦେଖିବା ମିଳିଥିଳା। ପରେ ଗୁଡଭେଲା ବିଡ଼ିଓ ସୌମ୍ୟକାନ୍ତ ବନଗୁଲାଙ୍କ ଉପସ୍ଥିତିରେ ୭ କେଜି ଗଞ୍ଜେଇ ଜବତ କରା ଯାଇ ଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ବେଆଇନ ଗଞ୍ଜେଇ ଚାଲାଣ ଅଭିଯାଗରେ ମହେନ୍ଦ୍ରକୁ ଗିରଫକରି କୋର୍ଟ ଚାଲାଣ କରିଥିବା ତୁଷୁରା ଥାନା ଅଧିକାରୀ ଶଶିଭୂଷଣ ମିଶ୍ର ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: