Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୋଦି ମନ୍ତ୍ରିମଣ୍ଡଳ ୩.୦ରେ 7 ମହିଳାଙ୍କୁ ମନ୍ତ୍ରୀ ପଦ

Odisha

ମୋଦି ମନ୍ତ୍ରିମଣ୍ଡଳ ୩.୦ରେ 7 ମହିଳାଙ୍କୁ ମନ୍ତ୍ରୀ ପଦ

Smruti Parija
Browse all articles by Smruti Parija
·2 years ago·1 min read
ମୋଦି ମନ୍ତ୍ରିମଣ୍ଡଳ ୩.୦ରେ 7 ମହିଳାଙ୍କୁ ମନ୍ତ୍ରୀ ପଦ

ଅର୍ଗସ ବ୍ୟୁରୋ: ମୋଦି ମନ୍ତ୍ରିମଣ୍ଡଳ ୩.୦ରେ 7 ନାରୀଶକ୍ତି । ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାବେଳେ ସରକାରରେ 7 ଜଣ ମହିଳାଙ୍କୁ ମନ୍ତ୍ରୀ ପଦ ମିଳିଛି । ସେମାନଙ୍କ ମଧ୍ୟରେ ନିର୍ମଳା ସୀତାରମଣ ଓ ଅନ୍ନପୂର୍ଣ୍ଣା ଦେବୀ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ମୋଦି ୨.୦ ସରକାରରେ ୬୪ ବର୍ଷିୟ ଅର୍ଥମନ୍ତ୍ରୀ ଥିଲେ ନିର୍ମଳା ସୀତାରମଣ । ସେ ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । 

ଅନ୍ୟତମ କ୍ୟାବିନେଟ ମନ୍ତ୍ରୀ ୫୪ ବର୍ଷିୟା ଅନ୍ନପୂର୍ଣ୍ଣା ଦେବୀ ଝାଡ଼ଖଣ୍ଡର କୋଡରମା ସହରର ସାଂସଦ । ସେ ପୂର୍ବ ସରକାରରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଥିଲେ ଏବଂ ଦ୍ୱିତୀୟ ଥର ପାଇଁ ଲୋକସଭା ନିର୍ବାଚନରେ ଜିତିଛନ୍ତି । ଅପନା ଦଳ ନେତା ଅନୁପ୍ରିୟା ପଟେଲ ମୋଦି ସରକାର ୩.୦ରେ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅନୁପ୍ରିୟା ପଟେଲ କ୍ରମାଗତ ତୃତୀୟ ଥର ପାଇଁ ୟୁପିର ମିର୍ଜାପୁର ଲୋକସଭା ଆସନରୁ ଜିତିଛନ୍ତି। ତୃତୀୟ ଥର ପାଇଁ ଲୋକସଭା ସାଂସଦ ବନିଥିବା ଶୋଭା କରନ୍ଦଲାଜେଙ୍କୁ ପୁଣିଥରେ ମୋଦି ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ମୋଦି ସରକାର 2.0ରେ  ସେ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ । 

ସେହିପରି ମୋଦି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ପୂର୍ବତନ ମହାରାଷ୍ଟ୍ର ବିଜେପି ନେତା ଏକନାଥ ଖଡ଼ସେଙ୍କ ବୋହୁ ରକ୍ଷା ଖଡ଼ସେ । ତୃତୀୟ ଥର ପାଇଁ ସେ ସାଂସଦ ନିର୍ବାଚିତ ହୋଇଛନ୍ତି । ମଧ୍ୟପ୍ରଦେଶର ଧାର ଲୋକସଭା ଆସନରୁ ସାଂସଦ ଆଦିବାସୀ ନେତ୍ରୀ 46 ବର୍ଷିୟା ସାବିତ୍ରୀ ଠାକୁରଙ୍କୁ ମଧ୍ୟ ମୋଦି ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ସେହିପରି ଗୁଜରାଟର ଭାବନଗର ଆସନରୁ ସାଂସଦ ନିମୁବେନ ବନଭାନିଆଙ୍କୁ ମନ୍ତ୍ରୀ ପଦ ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...

Raja Festival
Sponsored
7 women in Modi's cabinet 3.0 | Argus News