Videos
|
Odisha

ଇଭିଏମରେ ସିଲ ହୋଇଛି ଅନେକ ହେଭିୱେଟଙ୍କ ଭାଗ୍ୟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଇଭିଏମରେ ସିଲ ହୋଇଛି ଅନେକ ହେଭିୱେଟଙ୍କ ଭାଗ୍ୟ

ଅର୍ଗସ ବ୍ୟୁରୋ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନରେ 70.67 ପ୍ରତିଶତ ମତଦାନ ହୋଇଛି । ଇଭିଏମରେ ସିଲ ହୋଇଛି ଅନେକ ହେଭିୱେଟଙ୍କ ଭାଗ୍ୟ । ବାଲେଶ୍ଵର ଲୋକସଭାରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ଭାଗ୍ୟ ସିଲ ହୋଇଛି । ସେହିପରି ମୟୂରଭଞ୍ଜ ଲୋକସଭାରେ ବିଜେପି ପ୍ରାର୍ଥୀ ନବଚରଣ ମାଝୀ ଏବଂ ବିଜେଡି ପ୍ରାର୍ଥୀ  ସୁଦାମ ମାରାଣ୍ଡିଙ୍କ ଭାଗ୍ୟ ବି ସିଲ ହୋଇଛି । କେନ୍ଦ୍ରାପଡା ଲୋକସଭାରେ ବିଜେପିର ହେଭିୱେଟ ନେତା ବୈଜୟନ୍ତ ପଣ୍ଡା ଏବଂ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ଭାଗ୍ୟ ପରୀକ୍ଷା ଦେଇଛନ୍ତି ।

ବିଧାନସଭାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାତି ପରିଡା, ଆକାଶଦାସ ନାୟକ,ସୁରଜ ସୂର୍ଯ୍ୟବଂଶୀ, ପର୍ଶୁରାମ ଧଡ୍ଡା ମନ୍ତ୍ରୀ ଅଶ୍ବିନ ପାତ୍ର, ପ୍ରଫୁଲ୍ଲ ସାମଲ, ପ୍ରତାପ ଦେବଙ୍କ ପରି 7 ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବ । କଂଗ୍ରେସର ହେଭିୱଟ ନିରଞ୍ଜନ ପଟ୍ଟନାୟକ ମଧ୍ୟ ମଇଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ପୂର୍ବ ତିନୋଟି ପର୍ଯ୍ୟାୟରେ ଯଥାକ୍ରମେ ୭୩, ୭୩, ୭୪ ପ୍ରତିଶତ ମତଦାନ ହୋଇଥିବାବେଳେ ଶେଷ ପର୍ଯ୍ୟାୟରେ 70.67 ପ୍ରତିଶତ ମତଦାନ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
70.67% polling in the last phase of elections in the state | Argus News