ଯୁବତୀଙ୍କ ମୁଣ୍ଡରୁ ବାହାରିଲା ୭୦ ଛୁଞ୍ଚି, ଆଜି ବାହାରିବ ଆଉ ୭
·1 year ago

ସମ୍ବଲପୁର: ବୁର୍ଲା ଭୀମସାରରେ ଯୁବତୀଙ୍କ ମୁଣ୍ଡରୁ ଛୁଞ୍ଚି ବାହାରିବା ଘଟଣା । ଆଉ ୭ଟି ଛୁଞ୍ଚି ରହିଥିବା ସ୍କାନ୍ ରିପୋର୍ଟ ରୁ ସ୍ପଷ୍ଟ ହେବା ପରେ ପୁଣି ଆରମ୍ଭ ହୋଇଛି ଭୀମସାରରେ ଅସ୍ତ୍ରୋପଚାର l ଏକ ସ୍ଵତନ୍ତ୍ର ଡ଼ାକ୍ତରୀ ଦଳ କରୁଛନ୍ତି ଏହି ଅସ୍ତ୍ରୋପଚାର l
ଦିନ ପ୍ରାୟ 11.30 ସମୟରେ ୧୦ ଜଣିଆ ଡାକ୍ତରି ଟିମ୍ କରୁଛନ୍ତି ସର୍ଜରୀ l ହାଡ଼ ଭିତରକୁ ଗୋଟିଏ ଛୁଞ୍ଚି ଯାଇଥିବା ଅନୁମାନ କରାଯାଉଛି l ଗତକାଲି 70 ଟି ଛୁଞ୍ଚି ଯୁବତୀଙ୍କ ମୁଣ୍ଡରୁ ବାହାରିଥିଲା l ଆଜି ଆଉ ୭ ଟି ଛୁଞ୍ଚି ଖୁବ ଶୀଘ୍ର ବାହାରିଯିବ ବୋଲି କହିଛନ୍ତି ଭୀମସାର ନିର୍ଦ୍ଦେଶକ l
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
