Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଧାନ ବସ୍ତା ଭିତରୁ ୭୭୦ କେଜି ଗଞ୍ଜେଇ ଜବତ 

Odisha

ଧାନ ବସ୍ତା ଭିତରୁ ୭୭୦ କେଜି ଗଞ୍ଜେଇ ଜବତ 

Manini Pattanayak
Browse all articles by Manini Pattanayak
·2 years ago·2 min read
ଧାନ ବସ୍ତା ଭିତରୁ ୭୭୦ କେଜି ଗଞ୍ଜେଇ ଜବତ 

ବୌଦ୍ଧ: ବୌଦ୍ଧ ପୋଲିସକୁ ବଡ ସଫଳତା । ରାଜ୍ୟବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ ମାଡିବସିଲା ବୌଦ୍ଧ ପୋଲିସ । ଧାନ ବସ୍ତା ଭିତରୁ ୭୭୦ କେଜି ଗଞ୍ଜେଇ ଜବତ । ବୌଦ୍ଧ ଥାନା ପଦ୍ମନପୁର ଛକ ନିକଟରୁ ଗୋଟିଏ ଟ୍ରକ ସହ ଦୁଇଜଣ ଗିରଫ । ଅଭିଯୁକ୍ତ ଦୁଇ ଦୁଇଜଣ ହେଲେ ମଧ୍ୟପ୍ରଦେଶ ରାଜ୍ୟର ହନୁମାନ ଥାନା ଅଞ୍ଚଳ ର ରାମଡିଲଭର ହରିଜନ ଅନ୍ୟଜଣେ ହେଲେ ଦିନେସ ୟାଦବାସୀ । ସୂଚନାମୁତାବକ ଆଜି ବୌଦ୍ଧ ପୋଲିସ କୁ ଏକ ବିଶେଷ ସୂତ୍ର ଗୋଟିଏ ଟ୍ରକ ଯୋଗେ ବହୁ ପରିମାଣ ର ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିଥିଲା । ଖବର ପାଇ ଏସଡିପିଓ କୂଳଦୀପ ମିନାଙ୍କ ନେତୃତ୍ୱରେ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ ମୁନିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା । 


ବୌଦ୍ଧ ଥାନା ଅନ୍ତର୍ଗତ ପଦ୍ମମନପୁର ଛକ ରେ ଏକ ଟ୍ରକ ଉପରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଟ୍ରକ ରେ ଥିବା ଧାନ ବସ୍ତା ଭିତରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ଙ୍କୁ ମାଡିବସିଥିଲା ପୋଲିସ କିନ୍ତୁ ଜଣେ ଖସି ଯିବାରେ ସଫଳ ହୋଇଥିଲେ । ପୋଲିସ ଟ୍ରକ କୁ ଜବତ କରିବା ସହ ମଧ୍ୟପ୍ରଦେଶ ରାଜ୍ୟର ହନୁମାନ ଥାନା ଅଞ୍ଚଳ ର ରାମଡିଲଭର ହରିଜନ ଅନ୍ୟଜଣେ ହେଲେ ଦିନେସ ୟାଦବାସୀ ଗିରଫ କରିଛି । ଜବତ ଗଞ୍ଜେଇ ର ଓଜନ ପ୍ରାୟ ୭୭୦କେଜି ହୋଇଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ହଜାର ହେବ । ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଜିଲ୍ଲାରେ ଆଜି ପଯ୍ୟନ୍ତ NDPS ସ୍ପେଶାଲ ଡ୍ରାଇଭ କରି ପ୍ରାୟ ୧୧ଯାହାର କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୪୧ଜଣ ଗଞ୍ଜେଇ ମାଫିଆ ଙ୍କୁ ଗିରଫ କଲାଣି ପୋଲିସ ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବୌଦ୍ଧ SDPO ।
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
770 kg of cannabis was seized from the rice bag | Argus News